ଜଳେଶ୍ୱର (ସମୃଦ୍ଧ ଓଡିଶା) ଭାରତୀୟ ଜୀବନବୀମା ନିଗମର ଶାଖା ପରିଚାଳକ ଶୁଭେନ୍ଦୁ କୁଣ୍ଡୁଙ୍କ ପୌରହିତ୍ୱରେ ଆୟୋଜିତ ଉତ୍ସବରେ ଦୈନିକ ସମ୍ବାଦପତ୍ର ଧ୍ୱାନୀ ପ୍ରତିଧ୍ୱନୀର ସମ୍ପାଦିକା ସୈରିନ୍ଧ୍ରି ସାହୁ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ । ୧୯୫୬ ମସିହରେ କେନ୍ଦ୍ର ସରକାରଙ୍କ ଠାରୁ ୫ କୋଟି ଆର୍ଥୀକ ଅନୁଦାନ ନେଇ ଆରମ୍ଭ ହୋଇଥିବା ଏହି ନିଗମ ୫୦ହଜାର କୋଟି ଟଙ୍କାର କାରବାର କରି ଭାରତର ବିତ୍ତିୟ ସଂସ୍ଥା ମଧ୍ୟରେ ୧ନଂ ସ୍ଥାନ ଅଧିକାର କରିପାରିଛି । ଏବେ ଏହି ନିଗମର ୪୦ କୋଟି ପଲିସୀଧାରୀ ରହିଥିବା ବେଳେ ୩୧ଲକ୍ଷ କୋଟି ଟଙ୍କାର ସମ୍ପତ୍ତି ମାତ୍ର ୬୩ ବର୍ଷ ମଧ୍ୟରେ ହୋଇ ପାରରିଛି ବୋଲି ସେ ପ୍ରକାଶ କରିଥିଲେ । ମୁଖ୍ୟବକ୍ତା ଭାବେ ରାସଗୋବିନ୍ଦପୁରସ୍ଥିତ ଆଂଚଳିକ ମହାବିଦ୍ୟାଳୟର ଇଂରାଜୀ ବିଭାଗର ପ୍ରଧ୍ୟାପକ ଦିଲ୍ଲିପ କୁମାର ରଥ ଯୋଗ ଦେଇ ଏବେ ଜୀବନବୀମା ନିଗମ ଭାରତର ସମଗ୍ର ମାର୍କେଟ ସେୟାରର ଶତକଡା ୭୪ ଭାଗ ସ୍ଥାନ ଦଖଲ କରି ସମସ୍ତଙ୍କର ବିଶ୍ୱାସ ଭାଜନ ହୋଇପାରିଥିଲେ । ସମ୍ମାନୀତ ଅତିଥିରୂପେ ଧ୍ୱାନୀ ପ୍ରତିଧ୍ୱନୀର ମୁଖ୍ୟ ସମ୍ପାଦକ ସୃଷ୍ଟିଧର ପରିଡା ଯୋଗ ଦେଇ ଏଜେଣ୍ଟ ଓ କର୍ମଚାରୀ ସାମଗ୍ରୀକ ଉଦ୍ୟମ ଫଳରେ ନିଗମ ଶୀର୍ଷସ୍ଥାନରେ ପହଞ୍ଚିପାରିଛି ବୋଲି ପ୍ରକାଶ କରିଥିଲେ । ପ୍ରାରମ୍ଭରେ ବରିଷ୍ଠ ଉନ୍ନୟନ ଅଧିକାରୀ ପ୍ରଫୁଲ୍ଲ କୁମାର ଦାସ ଅତିଥିମାନଙ୍କୁ ମଂଚକୁ ଆମନ୍ତ୍ରଣ କରିଥିବା ବେଳେ ପ୍ରଶାସନୀକ ଅଧିକାରୀ ପୀତାମ୍ବର ଦାସ ଅତିଥି ପରିଚୟ କରିଥିଲେ । ଶେଷରେ ବରିଷ୍ଠ କର୍ମଚାରୀ ଅଜିତ୍ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ପୂର୍ବରୁ ଆୟୋଜିତ ଚିତ୍ରକଳା ପ୍ରତିଯୋଗୀତାରେ କୃତିତ୍ୱ ଲାଭ କରିଥିବା ଗଜେନ୍ଦ୍ର ମୁର୍ମୁ, ମୋହିତ୍ କୁମାର ନନ୍ଦ ଓ ସୋନାଲୀ ମିର୍ଦ୍ଧାଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା