ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) କରୋନା ଭୂତାଣୁ ମହାମାରୀର ରୂପ ନେଇ ସମଗ୍ର ବିଶ୍ବରେ ତାହାର କାୟା ବିସ୍ତାର କରିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି କରୋନା ଭୂତାଣୁର କଡା ମୁକାବିଲା କରିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ଲକ୍-ଡାଉନ ଘୋଷଣା କରାଯାଇଛି । ଲକ୍-ଡାଉନ ସମୟରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ କରିଥିବା ଘୋଷଣା ଓ ନିଦ୍ଦେର୍ଶକୁ ଗଜପତି ଜିଲ୍ଲା ସମସ୍ତେ ମାନୁଥିବା ବେଳେ ଗୁମ୍ମା ବ୍ଲକର ଜୀବନ ପଞ୍ଚାୟତ ଲୋକମାନେ ସମ୍ମାନ ଜଣାଇ ଘରୁ ବାହାରୁ ନାହାନ୍ତି । ପନିପରିବା, ଗ୍ରସରି ଓ ଔଷଧ ଦୋକାନ ମାନଙ୍କରେ ଭିଡ ଜମିବ ଓ ସାମାଜିକ ଦୂରତାରେ ବ୍ୟାଘାତ ହେବ ବୋଲି କମ ସମୟ ଖୋଲି ବନ୍ଧ କରି ଦେଇଛନ୍ତି । ଲକ୍-ଡାଉନ ଯୋଗୁଁ ସମଗ୍ର ପଞ୍ଚାୟତ ଜନ ଶୂନ୍ୟ ଦେଖା ଯାଉଛି । ପଞ୍ଚାୟତର ଗରିବ ହିତାଧିକାରୀମାନଙ୍କୁ ୩ ମାସର ଚାଉଳ ବଣ୍ଟନ କରାଯାଇଛି । ଅନ୍ୟ ପକ୍ଷରେ ପଞ୍ଚାୟତର ଅଙ୍ଗନବାଡି ଓ ଆଶା ଦିଦିମାନେ ଘର ଘର ବୁଲି କରୋନା ସଚେତନତା କରାଉଛନ୍ତି । ଏତଦ ବେତୀତ ମାଇକିଙ୍ଗ ମାଧ୍ୟମରେ ବିଭିନ୍ନ ଅଞ୍ଚଳରେ ସଚେତନତା ପ୍ରଚାର ଜୋରଦାର କରାଯାଉଛି । ମାଳଲକ୍ଷ୍ମୀ ଶକ୍ତି ଗ୍ରୁପ ମହିଳା ମଣ୍ଡଳି ପକ୍ଷରୁ ସରକାର ନିଦ୍ଦେର୍ଶ କ୍ରମେ ରନ୍ଧାଖାଦ୍ୟ ପ୍ରସ୍ଥୁତି କରି ଗ୍ରୁଫର ସଭାପତି ଏସ. କ୍ରିଷ୍ଣା ବେଣୀ ଏବଂ ସମ୍ପାଦକା ଗୀତା ପ୍ରଧାନଙ୍କ ନେତୃତ୍ୱରେ ଆଶା କର୍ମୀ, ଅଙ୍ଗନୱାଡି କର୍ମୀ, ହେଲପେରଙ୍କ ଦ୍ୱାରା ପଞ୍ଚାୟତ ଅଞ୍ଚଳର ଗରିବ, ନିରାଶ୍ରୟ ଓ ବୁଡାବୁଡିମାନଙ୍କୁ ରନ୍ଧାଖାଦ୍ୟ ବଣ୍ଟନ କରାଯାଇଥିଲା । ବିଭିନ୍ନ ଗ୍ରାମର ପିଲା ଠାରୁ ଆରମ୍ଭ କରି ବଡ ପର୍ଯ୍ୟନ୍ତ ସମସ୍ତଙ୍କୁ ହାତ ଧୋଆ ଓ କରୋନା ଭାଇରସ ଉପରେ ସଚେତନା କରାଯାଉଛି । ଜୀବା ପଞ୍ଚାୟତ ନିର୍ବାହି ଅଧିକାରୀ ନୃସିଂହ ଚରଣ ମିଶ୍ରଙ୍କ ତତ୍ତ୍ଵାବଧାନରେ ବିଭିନ୍ନ କରୋନା ସମ୍ପର୍କରେ ସଚେତନା ଓ ବଣ୍ଟନ କାର୍ଯ୍ୟକ୍ରମ ଆଗେଇ ଚାଲିଥିବା ଜଣାପଡିଛି ।
ରିପୋର୍ଟ – କୃଷ୍ଣ କୁମାର ବେହେରା