



ପାରଳାଖେୁଣ୍ଡି(ସମୃଦ୍ଧଓଡିଶା) ଗୁମ୍ମା ବ୍ଲକ୍ ଜୀବl ପଂଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନୂତନ ଆବେଦନ ପ୍ରଣାଳୀ ଓ ଯୋଗ୍ୟ ବ୍ୟକ୍ତି ଚିହ୍ନଟ ସମ୍ପର୍କେ ତାଲିମ୍ ଶିବିର ଅନୁଷ୍ଠିତ ହୋଇଥିଲା l ଏହି ଶିବିରରେ ଶତାଧିକ ମହିଳା ଓ ପୁରୁଷ ଯୋଗଦେଇଥିବା ବେଳେ ସରପଞ୍ଚ ଶ୍ରୀ ଏଡେଙ୍ଗl ଶବର, ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ରବୀନ୍ଦ୍ର କୁମାର ପାତ୍ର ଓ ପ୍ରେମ୍ ସଂସ୍ଥାର ବରିଷ୍ଟ କର୍ମୀ ଶ୍ରୀ ଲାଜାର ଲିମା ଯୋଗଦେଇ ଥିଲେ l ଏହି ଶିବିରରେ ସରକାରଙ୍କ ଗାଇଡଲାଇନ ଅନୁଯାୟୀ ଗୃହହିନ ଯଥା . ବିଧବା, ଅକର୍ମଣ୍ୟ, ବାସ ହୀନ, ଝାଟିମାଟି ଗୃହ, ଗୋତି ଶ୍ରମିକ, ଅସହାୟ ମାନଙ୍କୁ ଅଗ୍ରାଧିକାର ଭିତିକ ଆବେଦନ କରିବାକୁ ଶ୍ରୀ ଲିମା ପରାମର୍ଶ ଦେଇଥିଲେ l କାର୍ଯ୍ଯ ନିର୍ବାହୀ ଅଧିକାରୀ ଶ୍ରୀ ପାତ୍ର ନିଜେ ଆବେଦନ କରିବାକୁ କେଉଁ କେଉଁ କାଗଜ ପତ୍ର ଦରକାର ପଡେ ଓ କିଭଳି ନିଜ ମୋବାଇଲରେ ଆବେଦନ କରି ପାରିବେ ତା ସମ୍ପର୍କରେ ଅବଗତ କରାଇ ଥିଲେ। ଶେଷରେ ସରପଞ୍ଚ ଦାୟିତ୍ୱରେ ଥିବା ଅଧିକାରୀମାନେ ଏହି କାର୍ଯ୍ୟକୁ ଗୁରୁତ୍ୱ ଦେଇ ପଞ୍ଚାୟତର ଯୋଗ୍ୟ ବ୍ୟକ୍ତି ମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରାଯିବlକୁ ପରାମର୍ଶ ଦେଇ ଶିବିରକୁ ସାଙ୍ଗ କରାଯାଇ ଥିଲା
ରିପୋର୍ଟ : କୃଷ୍ଣ କୁମାର ବେହେରା