ଜୁଆଆଡା ଉପରେ ଚଢାଉକରି ପୋଲିସ ଜବତ କଲା ୯୭ ହଜାର ଟଙ୍କା…୧୯ ଗିରଫ …

ବ୍ରହ୍ମପୁର( ନିମାଇଁ ଚରଣ ପଣ୍ଡା ) ବ୍ରହ୍ମପୁର ସହରରେ ଗଣପତି ନଗରରେ ଚାଲିଥିବା ଏକ ବଡ ଧରଣର ଜୁଆଆଡା ଉପରେ ଚଢ଼ାଉ କରି ବଡ ବଜାର ଥାନା ପୋଲିସ ୯୭ ହଜାର ୩୨୦ ଟଙ୍କା ଜବତ କରିବା ସହ ଏକ ଖେଳାଳି ଗ୍ରୁପକୁ ତଥା ୧୯ ଜଣକୁ  ଗିରଫ କରିଥିବା ଜଣାପଡିଛି । ଆଉ ମଧ୍ୟ ସେମାନଙ୍କ ପାଖରୁ ମୋବାଇଲ ଓ ଖେଳ ସାମଗ୍ରୀ ଜବତ କରାଯାଇଛି । ବଡ଼ବଜାର ଥାନା ଆଇ.ଆଇ.ସି ଙ୍କ ନେତୃତ୍ୱରେ ଏହି ଚଢ଼ାଉ ହୋଇଥିଲା . କୁମାର ପୂର୍ଣ୍ଣମୀ ଯୋଗୁ ବେଆଇନ ଜୁଆ ଖେଳ ସହରର ବିଭିନ୍ନ ଜାଗାରେ ଦେଖିବାକୁ ମିଳିଛି । ଏଥିପାଇଁ ପୋଲିସ ମଧ୍ୟ ସକ୍ରିୟ ହୋଇଥିବା ଜଣାପଡିଛି ।