ଜୁଆ ଅଡ୍ଡାରେ ପୋଲିସର ଚଢ଼ାଉ:୮ଗିରଫ…

ରାୟଗଡା (ସମୃଦ୍ଧ ଓଡିଶା) ରାୟଗଡା ପୋଲିସକୁ ମିଳିଛି ଆଉ ଏକ ସଫଳତା । ଏଏସଆଇ ରିଗାନ କିଣ୍ଡୋଙ୍କ ନେତୃତ୍ୱରେ ଏକ ପୋଲିସ ଟିମ ଏକ ହୋଟେଲରେ ଜୁଆ ଖେଳ ଚାଲିଥିବା ବେଳେ ଅତର୍କିତ ଚଢଉ କରିଥିଲେ । ଏଥିରେ ୮ଜଣଙ୍କୁ ଗିରଫ କରିବା ସହ ୧,୩୫୧୦୦ ଟଙ୍କା, ୮ଟି ମୋବାଇଲ ସମେତ ୪ଟି ଦୁଇଚକିଆ ଗାଡିକୁ ପୋଲିସ ଜବତ କରିଛି । ଏ ନେଇ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ତପନ ନାରାୟଣ ରଥ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଗିରଫ ବ୍ୟକ୍ତ ମାନେ ହେଲେ ରାୟଗଡା ସହରାଞ୍ଚଳର ଭନୁପ୍ରସାଦ ମାଝୀ(୩୫), ଗୌତମ ଜୈନ(୪୩), ମନୋଜ କୁମାର ରଥ(୪୪), ମୁକେଶ ଜୈନ(୩୯), ଆନନ୍ଦ ଜୈନ(୪୫), ଶୈଳେଶ କୁମାର(୪୬), ସାଜନ ଜୈନ(୪୯), ଦୀପକ ଜୈନ(୪୪) । ସାମ୍ବାଦିକ ସମ୍ମିଳନୀରେ ଥାନା ଅଧିକାରୀ ନିହାର ରଞ୍ଜନ ପ୍ରଧାନ, ଏସଆଇ ମାନଶ ରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । 

ରିପୋର୍ଟ : ତୁଷାର ରଞ୍ଜନ ସାହୁ