

କୁକୁଡ଼ାଖଣ୍ଡି (ସମୃଦ୍ଧ ଓଡିଶା) ବ୍ରହ୍ମପୁର ପୋଲିସ ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ୪ ମହିଳାଙ୍କ ସମେତ ୧୮ ଗିରଫ କରିବା ସହ ୧ ଲକ୍ଷ ୭ ହଜାର ୪୯୦ ଶହ ଟଙ୍କା ଜବତ କରିଥିବା ଜଣାପଡିଛି । ସଦର ଥାନା ଅନ୍ତର୍ଗତ ଫାଷ୍ଟ ଗେଟ୍ ନିକଟସ୍ଥ ଶ୍ରୀକ୍ଷେତ୍ର ବିହାର ଅଞ୍ଚଳର ପ୍ରଦୀପ କୁମାର ସାହୁ ନାମକ ଜଣେ ବ୍ୟକ୍ତି ଲକ୍ ଡାଉନର ସୁଯୋଗ ନେଇ କିଛି ଦିନ ଧରି ନିଜ ବାସ ଭବନରେ ଜୁଆ ଆଡ୍ଡା ଚଲେଇଥିବା ନେଇ ସଦର ଥାନା ଅଧିକାରୀ କୌଣସି ସୂତ୍ରରୁ ଜାଣି ପାରିଥିଲେ । ତେବେ ବୁଧବାର ସନ୍ଧ୍ୟା ସମୟରେ ସଦର ଥାନା ପୋଲିସ ଟିମ୍ ଓ ନିମଖଣ୍ଡି ଫାଣ୍ଡି ପୋଲିସ ଟିମ୍ ମିଳିତ ଭାବେ ଜୁଆ ଆଡ୍ଡା ଉପରେ ଚଢ଼ାଉ କରିଥିଲେ । ଏଥିରେ ୪ ଜଣ ମହିଳା ଜୁଆଡିଙ୍କ ସମେତ ୧୮ ଜଣ ଜୁଆଡିଙ୍କୁ ଗିରଫ କରାଯିବା ସହ ସେମାନଙ୍କ ନିକଟରୁ ନଗଦ ୧ଲକ୍ଷ ୭ହଜାର,୪୯୦ଟଙ୍କା ଜବତ କରିଥିବା ବେଳେ ୧୭ଟି ମୋବାଇଲ ଫୋନ୍,୨ଟି ମୋଟର ସାଇକେଲ ସମେତ ୮ ପ୍ୟାକେଟ ତାସ୍ କାଟା ଜବତ କରାଯାଇଛି । ଗିରଫ ହୋଇଥିବା ଜୁଆଡିଙ୍କ ବିରୋଧରେ ସଦର ଥାନା କେସ୍ ନଂ ୧୬୧/୨୧ ଅନୁସାରେ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରୀ ମହେନ୍ଦ୍ର କୁମାର ସାହୁଙ୍କ ଠାରୁ ସୂଚନା ଦେଇଛନ୍ତି । ଏହି ଚଢ଼ାଉରେ ସଦର ଥାନା ଅଧିକାରୀଙ୍କ ସମେତ ନିମଖଣ୍ଡି ଫାଣ୍ଡି ଅଧିକାରୀ ଜ୍ୟୋତିରଞ୍ଜନ ବେହେରା, ଏସ୍ଆଇ ମଧୁସ୍ମିତା ପ୍ରଧାନ, ମଧୁସୂଦନ ବେହେରାଙ୍କ ସମେତ ସଦର ପୋଲିସ ଟିମ୍ ଓ ନିମଖଣ୍ଡି ଫାଣ୍ଡି ପୋଲିସ ଟିମ୍ ସାମିଲ ଥିଲେ ବୋଲି ଜଣାଯାଇଛି ।