


ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗତକାଲି ରାତିରେ ଭୀମରାଓ ପେଟା ସାହିରେ ଚାଲିଥିବା ଜୁଆ ଆଡ୍ଡାକୁ ଵ୍ରହ୍ମପୁର ଟାଉନ ଥାନା ପୋଲିସ ଚଢ଼ାଉ କରି ପନ୍ଦର ଜଣକୁ ଗିରଫ କରିଛି । ଗତ ୧୦ ବର୍ଷ ମଧ୍ୟରେ ଏହି ଥାନା ଜୁଆ ଆଡ୍ଡାରୁ ସର୍ବାଧିକ ୭ ଲକ୍ଷ ୭୦ ହଜାର ଟଙ୍କା ଜବତ କରିପାରିଛି । ଗତକାଲି ରାତିରେ ଏହି ଜୁଆ ଆଡ୍ଡା ଚଢ଼ାଉ ବେଳେ ସହରର କିଛି ଜଣାଶୁଣା ଲୋକଙ୍କ ମଧ୍ୟରୁ କଂଗ୍ରେସର ଜଣେ ପୂର୍ବତନ କର୍ପୋରେଟର, ବିଜେପିର ଜଣେ ପୂର୍ବତନ କର୍ପୋରେଟରଙ୍କ ସମେତ ଜଣେ ବ୍ୟାଙ୍କ ମ୍ୟାନେଜର ଏବଂ ଜଣେ ଆଇନଜୀବୀ ମଧ୍ୟ ସାମିଲ ଥିବା ବେଳେ ସହରର କିଛି ଖାସ ବ୍ୟବସାୟି ଏବଂ ଠିକାଦାର ମଧ୍ୟ ଧରା ପଡି ଗିରଫ ହୋଇଛନ୍ତି । ୧୫ ଜଣଙ୍କୁ ପୋଲିସ ଧରି କୋର୍ଟ ଚାଲାଣ କରିଛି । ଵ୍ରହ୍ମପୁର ସହରରେ ଏହି କିଛି ଖେଳ କୁମାର ପୂର୍ଣ୍ଣିମା ଏବଂ ଦଶହରା ସମୟରେ ହୋଇଥାଏ । କିଛି ତାସ ଖେଳାଳି ଏଥିରେ ସାମିଲ ହୋଇଥାନ୍ତି । କିଛି ଜୁଆ ଆଡ୍ଡାକୁ ପୋଲିସ ଛଡାଉ କରୁଥିବା ବେଳେ ଆଉକିଛି ଜୁଆ ଆଡ୍ଡା ପୋଲିସର ଜ୍ଞାତସାରରେ ଚାଲିଥିବା ଅଭିଯୋଗ ହେଉଛି । ଵ୍ରହ୍ମପୁର ସହରରେ ଆହୁରି କିଛି ଏପରି ଜୁଆ ଆଡ୍ଡା ରହିଛି ତାହାକୁ ପୋଲିସ ଧରିବା ନିହାତି ଆବଶ୍ୟକ ହୋଇ ପଡିଛି । କିନ୍ତୁ ଗତକାଲି ଟାଉନ ଥାନା ପକ୍ଷରୁ ଚଢ଼ାଉ ହୋଇଥିବା ଜୁଆ ଆଡ୍ଡା ଓ ସମ୍ପୃକ୍ତ ୧୫ ଗିରଫ ପୋଲିସ ପାଇଁ ଏକ ସଫଳତା ବୋଲି କୁହାଯାଉଛି ।
ରିପୋର୍ଟ : ଦକ୍ଷିଣାଞ୍ଚଳ ବୁରୋଚିଫ ନିମାଇଁ ଚରଣ ପଣ୍ଡା