ଜୁଲାଇ ୧୬ ଯାଏଁ ବଢିଲା ଆଂଶିକ ଲକ୍‌ଡଉନ୍…

ଛତ୍ରପୁର (ସମୃଦ୍ଧ ଓଡିଶା) ଜୁଲାଇ ୧୬ ତାରିଖ ଯାଏଁ ଲକ୍‌ଡାଉନ୍ ଅବଧିକୁ ରାଜ୍ୟ ସରକାର ବଢାଇ ଦେଇଛନ୍ତି । ଏହାସହ ଗଞ୍ଜାମ ଜିଲ୍ଲାରେ ସପ୍ତାହାନ୍ତ ସଟ୍‌ଡାଉନ୍ ହଟାଯାଇଛି, ହେଲେ ନାଇଟ୍ କର୍ଫ୍ୟୁ ବଳବତ୍ତର ରଖାଯାଇଥିବା ଜଣାଯାଇଛି । ସନ୍ଧ୍ୟା ୬ରୁ ତା’ପରଦିନ ସକାଳ ୬ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଜାରି ରହିବ । ଜିଲ୍ଲାରେ ସକାଳ ୬ ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦୋକାନ ଖୋଲା ରହିବ । ମଲ୍‌, ବିଉଟି ପାର୍ଲରକୁ ଛାଡି ସମସ୍ତ ଦୋକାନ ଖୋଲା ରହିବ । ସାପ୍ତାହିକ ହାଟ ଓ ମାର୍କେଟ୍ ଓ ସେଲୁନ୍ ଖୋଲିବାକୁ ଅନୁମତି ଦିଆଯାଇଛି । ବିବାହ, ବ୍ରତ, ଶେଷକୃତ୍ୟ ଏବଂ ଅନ୍ୟାନ୍ୟ ସାମାଜିକ କାର୍ଯ୍ୟକ୍ରମ ପାଇଁ ପୂର୍ବ ନିର୍ଦ୍ଦେଶାବଳୀ ବଳବତ୍ତର ରହିବ । ଟିକାକରଣ, ଟେଷ୍ଟିଂ ଏବଂ ସ୍ୱାସ୍ଥ୍ୟସେବା ଭଳି କାର୍ଯ୍ୟ ପାଇଁ କଟକଣା ନାହିଁ । ଧାର୍ଯ୍ୟ ସିଟ୍‌ରେ ବସ୍ ଓ ଟ୍ୟାକ୍ସି ଚଳାଚଳ କରିବ । ଇନ୍‌ଡୋର ଓ ଆଉଟଡୋର ସୁଟିଂକୁ ଅନୁମତି ରହିଛି । ସମସ୍ତ ଶିକ୍ଷାନୁଷ୍ଠାନ ଓ ଧର୍ମାନୁଷ୍ଠାନ ସିନେମା ହଲ୍‌, ଅପେରା, ରାଜନୈତିକ ସାମବେଶ ପୂର୍ବଭଳି ବନ୍ଦ ରହିବ । ଅନ୍ୟପକ୍ଷରେ ଲକ୍‌ଡାଉନ୍ ଅବଧି ବଢିବା ପରେ ରାଜ୍ୟ ସରକାରଙ୍କ ଦ୍ୱାରା ଜାରି ସମସ୍ତ ଗାଇଡ୍‌ଲାଇନ୍ ଗଞ୍ଜାମ ଜିଲ୍ଲାରେ କଡାକଡି ପାଳନ ହେବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ।