

ରାୟଗଡା (ସମୃଦ୍ଧ ଓଡିଶା) ରାୟଗଡା ଜିଲ୍ଲା ଚାନ୍ଦିଲି ବ୍ଲକ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଚାନ୍ଦିଲି ଠାରେ ସ୍ପର୍ଶ ସୈାଜନ୍ୟତାରେ ଜେକେ କାଗଜ କଳର ସାମାଜିକ ଦାୟିତ୍ୱବୋଧ ବିଭାଗ ପକ୍ଷରୁ ଗ୍ରାମ୍ୟ ସ୍ୱଚ୍ଛତା ଓ ପରିମଳ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଗୋଟିଏ ପାଦ ସ୍ୱଚ୍ଛତା ଦିଗରେ ଉକ୍ତ କାର୍ଯ୍ୟକ୍ରମକୁ କମ୍ପାନୀର କାର୍ଯ୍ୟ ନିର୍ବାହୀ ଉପସଭାପତି ଶ୍ରୀଯୁକ୍ତ ପବନ କୁମାର ସୂରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୁଭ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ଜେକେ କାଗଜ କଳର ଲୋକ ସଂପର୍କ ଅଧିକାରୀ ଓ ଚାନ୍ଦିଲି ସରପଞ୍ଚ ସୁଆଇ ପେଦେଟିଂ ଉପସ୍ଥିତ ଥିଲେ । କମ୍ପାନୀ ସିଏସଆର ଅଧିନରେ ଥିବା ୨୬ଟି ଗ୍ରାମରେ ଏହି ଅଭିଯାନ କରାଯିବା ସହ ଗ୍ରାମର ଯୁବକ ସଂଘଗୁଡିକୁ ପରିମଳ କିଟ୍ ବଣ୍ଟନ କରାଯାଇଥିଲା ।
ରିପୋର୍ଟ : ତୁଷାର ରଞ୍ଜନ ସାହୁ