ଜେ.କେ.ପୁରରେ ଦୁର୍ଗାପୂଜା ଓ ଭସାଣି ….


ଜେ.କେ.ପୁର ଦୁର୍ଗାମେଡ଼ 

ରାୟଗଡା(ତୁଷାର ରଞ୍ଜନ ସାହୁ ): ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜେ.କେ. ପେପର ମିଲ ପୂଜା କମିଟି ପକ୍ଷରୁ ଜେ. କେ ପେପର ମିଲ ପୂଜା ମଣ୍ଡପରେ ବହୁ ଆଡମ୍ବର ସହ ମା ଦୁର୍ଗାଙ୍କ ଦଶହରା ପୂଜା ପାଳନ କରାଯାଇଛି । ଏହି ଅବସରରେ ଜେ.କେ.ପୁର ପୂଜା ବଜାର ଚଳଚଞ୍ଚଳ ହେବା ସହ ଉତ୍ସବ ମୁଖର ହୋଇପଡିଛି । ଜେ.କେ.ପେପର ମିଲ କମିଟି ପକ୍ଷରୁ ଏହି ପର୍ବକୁ ଶାନ୍ତି ଶୃଙ୍ଖଳାର ସହ ପାଳନ କରାଯାଇଛି ।ଚଳିତ ବର୍ଷ ପୂଜାକାର୍ଯ୍ୟ ସୂଚାରୁ ରୂପେ ପରିଚାଳିତ ହୋଇଛି । ପୂଜାରେ ଲଟେରି ଲକି ଡ୍ରର ବ୍ୟବସ୍ଥା କରାଯାଇଥିଲା । ଷଷ୍ଠୀ ଠାରୁ ମାଙ୍କର ପୂଜା ଆରମ୍ଭ ହୋଇଥିଲା। ଅଷ୍ଟମୀ,ନବମୀ, ଦଶମୀରେ ବିପୁଳ ଜନସମାଗମ ହୋଇଥିଲା। ଦଶମୀ ଦଶହରାରେ ମୁଖ୍ୟ ଆକର୍ଷଣ ରାବଣ ପୋଡି ଦେଖିବାକୁ ମିଳିଥିଲା ।  ପ୍ରତ୍ୟକ ଦିନ ବିଭିନ୍ନ ପ୍ରକାର ସାଂସ୍କୃତିକ ଓ ମନୋରଣଜନ କାର୍ଯ୍ୟକ୍ରମ ଦେଖିବାକୁ ମିଳିଥିଲା । ପୂଜାରେ ଛୋଟ କୁନି କୁନି ପିଲାଙ୍କ ଠାରୁ ଆରମ୍ଭ କରି ଯୁବକ, ଯୁବତୀ,ମହିଳା,ପୁରୁଷ ଓ ବୟସ୍କମାନେ ଜେ.କେ.ପୁର ପୂଜା ମଣ୍ଡପ ପାର୍ଶ୍ଵରେ ଥିବା ବିଭିନ୍ନ ଷ୍ଟଲ ଓ ମନୋରଞ୍ଜନ ପାଇଁ ଆସିଥିବା ରାମ ଦୋଳି, ବ୍ରେକ ଡ୍ୟାନ୍ସ, ଡ୍ରାଗନ ଟ୍ରେନ ଓ ବିଭିନ୍ନ ପ୍ରକାର ସ୍ୱାଦଷ୍ଟ୍ୟ ଖାଦ୍ୟ ଷ୍ଟଲ ମାନଙ୍କରେ ଭିଡ କରିଥିଲେ। ଏହି ଦୁର୍ଗା ପୂଜାରେ ଭକ୍ତ ଯେପରି ଉପଭୋଗ କରିଥିବା ଦେଖିବାକୁ ମିଳିଛି ସେହି ପରିମାଣରେ ବ୍ୟବସାୟୀମାନେ ମଧ୍ୟ ଲାଭବାନ ହୋଇଥିବା ଦେଖିବାକୁ ମିଳିଛି । ପୂଜା କମିଟି ପକ୍ଷରୁ ଶାନ୍ତି ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଚାନ୍ଦିଲି ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଗ୍ରହଣ କରାଯାଇଥିଲା ।