ଜୟଚଣ୍ଡୀ ହାଇସ୍କୁଲ ୧୯୯୭ ମ୍ୟାଟ୍ରିକ ବ୍ୟାଚର ବନ୍ଧୁମିଳନ ଓ ଗୁରୁପୂଜନ ଉତ୍ସବ

ଦଶରଥପୁର,(ସମୃଦ୍ଧଓଡିଶା) ଦଶରଥପୁର ବ୍ଲକ କୟାଁ ପଞ୍ଚାୟତସ୍ତ ଜୟଚଣ୍ଡୀ ସରକାରୀ ଉଚ୍ଚ ବିଦ୍ୟାଳୟ ଦୁବକଣରେ ଅଧ୍ୟୟନ କରିଥିବା ୧୯୯୭ ମ୍ୟାଟ୍ରିକ ବ୍ୟାଚର ପୁରାତନ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ବନ୍ଧୁମିଳନ ଓ ଗୁରୁପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ୧୯୯୭ ମ୍ୟାଟ୍ରିକ ବ୍ୟାଚର ପୁରାତନ ଛାତ୍ର ଜୟପ୍ରକାଶ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଏସଜି କଲେଜର ପ୍ରାକ୍ତନ ଅଧକ୍ଷ ଡକ୍ଟର ବିଜୟ କିଶୋର ସାମଲ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ କରି ସଭାଟିକୁ ଉଦଘାଟନ କରିଥିବା ବେଳେ ଉକ୍ତ ବିଦ୍ୟାଳୟର ପ୍ରାଣ ପ୍ରତିଷ୍ଠାତା ପୂର୍ବତନ ପ୍ରଧାନ ଶିକ୍ଷକ ପୀତବାସ ବେହୁରିଆ, ଦୁର୍ଯ୍ୟୋଧନ ବାରିକ, ଜଗନ୍ନାଥ ଦାସ, ଶରତ ଚନ୍ଦ୍ର ନାୟକ, ଜଗନ୍ନାଥ ସାହୁ, ଚକ୍ରଧର ଓଝା, ନିରୋଦ ରାୟ , ବ୍ରହ୍ମାନନ୍ଦ ନାୟକ ବର୍ତମାନ ବିଦ୍ୟାଳୟର କାର୍ଯରତ ପ୍ରଧାନ ଶିକ୍ଷକ ରଞ୍ଜନ କାଣ୍ଡି ଚତୁର୍ଥ ଶ୍ରେଣୀ କର୍ମଚାରୀ ଗୋଲକ ବାରିକ, ସରୋଜ କୁମାର ଜେନା ଯୋଗ ଦେଇଥିଲେ।ପ୍ରଥମେ ଶିକ୍ଷକ ମାନଙ୍କୁ ଛାତ୍ର ଛାତ୍ରୀ ପୁଷ୍ପଗୁଛ ଦେଇ ସ୍ୱାଗତ କରିଥିବା ବେଳେ ସଭାପତି ଜୟପ୍ରକାଶ ନାୟକ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ ।ସେ ସମୟର ଶିକ୍ଷକ ସ୍ବର୍ଗତ ଲକ୍ଷ୍ମୀଧର ତ୍ରିପାଠୀ ଓ ୪ ଜଣ ପୂର୍ବତନ ଛାତ୍ରଙ୍କ ବିୟୋଗରେ ୨ ମିନିଟ ନିରବ ପ୍ରାର୍ଥନା କରାଯାଇ ସଭା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ସବୁଠୁ ବଡ଼ କଥା ଏହି ଗୁରୁପୂଜନ କାର୍ଯ୍ୟକ୍ରମରେ ୮୦ ବର୍ଷରୁ ଅଧିକ ବୟସ୍କ ଶିକ୍ଷକ ହୁଇଲ ଚେୟାରରେ ଆସି ସମସ୍ତଙ୍କୁ ଉତ୍ସାହିତ ତଥା ଆର୍ଶୀବାଦ ଦେଇଥିଲେ।ଉପସ୍ଥିତ ସମସ୍ତ ଶିକ୍ଷକ ମାନଙ୍କୁ ମୁଖ୍ୟ ଅତିଥି ଡକ୍ଟର ବିଜୟ କିଶୋର ସାମଲ ଉପଢୋକନ, ମାନପତ୍ର ଓ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଶେଷରେ ପୁରାତନ ଛାତ୍ର ବିଜୟୀ ପାର୍ଥ ରାୟ ଧନ୍ୟବାଦ ଅର୍ପଣ କରିଥିଲେ |ଏହି ବନ୍ଧୁମିଳନ ଓ ଗୁରୁପୂଜନ କାର୍ଯ୍ୟକ୍ରମ ସକାଳ ୧୦ ରୁ ଆରମ୍ଭ ହୋଇ ଅପରାହ୍ନ ୫ଟା ଯାଏ ଚାଲିଥିଲା। ଗୁରୁ ମାନଙ୍କୁ ବିଦ୍ୟାଳୟ ଗେଟ ନିକଟରୁ ବାଜା ବାଣ ରୋଷଣୀ କରି ସଭାମଞ୍ଚକୁ ଅଣାଯାଇଥିଲା | ୨୭ ବର୍ଷ ପରେ ନିଜ ନିଜ କର୍ମଭୂମି ଛାଡି ୬୦ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଏହି ବନ୍ଧୁମିଳନ ଉତ୍ସବରେ ଯୋଗ ଦେଇଥିବା ବେଳେ ଛାତ୍ର ଛାତ୍ରୀ ଓ ଶିକ୍ଷକ ମାନଙ୍କ ମଧ୍ୟରେ ବେଶ ଖୁସି ଦେଖିବା ପାଇଁ ମିଳିଥିଲା |

ରିପୋର୍ଟ : ରଜତ ମହାପାତ୍ର 

Leave a Reply

Your email address will not be published. Required fields are marked *