

ଛତ୍ରପୁର (ସମୃଦ୍ଧ ଓଡିଶା) ଜୟ ଜଗନ୍ନାଥ ଗ୍ରୁପ୍ ଓଡିଶା ଚାରିଟେବୁଲ୍ ଟ୍ରଷ୍ଟ୍ ତରଫରୁ ଗରିବ ଅସହାୟଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି । ଏଥିରେ ଯାଜପୁର ସୁକିନ୍ଦା ବ୍ଲକ ସାରଙ୍ଗପୁର ପଞ୍ଚାୟତ ଖୁରୁଣ୍ଟି ଗ୍ରାମର ୨୬ଟି ପରିବାରକୁ ୧୦ ଦିନର ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିବା ଜଣାପଡିଛି । ସୂଚନା ଅନୁଯାୟୀ ବିଆରପିଏଲ କାରଖାନାକୁ ଲାଗି କି ରହିଛି ଏହି ଖୁରୁଣ୍ଟି ଗ୍ରାମ । ଏହି ଗ୍ରାମରେ ୨୬ଟି ପରିବାରରେ ପିଲା ଛୁଆଙ୍କୁ ମିଶାଇ ୧୦୦ରୁ ଉର୍ଦ୍ଧ ଲୋକ ରହୁଛନ୍ତି । ସେଠାରେ ବାଉଁଶ ପାତିରେ ମାଟିଲିପା କାନ୍ଥି ଉପରେ ତାର୍ପାଲ୍ ପକାଇ ଘର କରି ରହୁଥିବା ଜଣାପଡିଛି । ପାଣି ପିଇବା ପାଇଁ ନଳକୂପ ଟିଏ ବି ନାହିଁ । ସମସ୍ୟା ମଧ୍ୟରେ ଲୁଚି ରହିଛି ଆବାସ ଯୋଜନା । ଏହି ଖବର ପାଇ ଜୟ ଜଗନ୍ନାଥ ଗ୍ରୁପ୍ ଓଡିଶାର ଯାଜପୁର ସଭାପତି ଧନଞ୍ଜୟ ମିଶ୍ର, ସନ୍ତୋଷ ସାହୁ, ଟୁକୁନା ଦାସ, ବେଣୁଧର ମହାନ୍ତ, ତୁଷାର ରଞ୍ଜନ ମହାନ୍ତ ସେମାନଙ୍କ ପାଖରେ ପହଞ୍ଚି ଗ୍ରୁପ୍ ତରଫରୁ ପ୍ରତ୍ୟେକଟି ପରିବାରକୁ ୧୦ ଦିନ ପାଇଁ ଡାଲି, ଚାଉଳ, ଚୁଡା, ଚିନି, ଅଟା, ତେଲ, ଲୁଣ, ବିସ୍କେଟ୍ ପେକେଟ୍, ସାବୁନ୍, ଆଳୁ, ପିଆଜ ସହ ବିଭିନ୍ନ ପ୍ରକାରର ଆନୁଷଙ୍ଗିକ ଉପକରଣୀୟ ସାମଗ୍ରୀ ବଣ୍ଟନ କରିଥିଲେ । ଶେଷରେ ପ୍ରତ୍ୟେକଟି ପରିବାରର ସମସ୍ୟା ପଚାରି ବୁଝିବା ସହ ଗ୍ରୁଫ ସଭାପତି ସେମାନଙ୍କ ସମସ୍ୟା ଜିଲ୍ଲାପାଳଙ୍କ ନିକଟରେ ପହଞ୍ଚାଇ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରକାଶ କରିଥିବା ଜଣାପଡିଛି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା


