

ଲକ୍ଷ୍ନୌ(ସମୃଦ୍ଧ ଓଡିଶା) ଝଡ଼ ତୋଫାନରେ ଉତ୍ତର ପ୍ରଦେଶର ବିଭିନ୍ନ ସ୍ଥାନରେ ମୋଟ ୧୭ ଜଣଙ୍କ ମୃତ୍ୟୁ ହୋଇଛି। ଗତକାଲି ଦିନ ୧୧ଟାରୁ ୨୪ ଘଣ୍ଟା ମଧ୍ୟରେ ୟୁପିର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା, ପବନ, ବିଜୁଳି ମାରିବା ସହ ଧୂଳି ଝଡ଼ ହୋଇଛି। ଅନେକ ଆହତ ହୋଇ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବେଳେ ୧୭ ଜଣଙ୍କର ମୃତ୍ୟୁ ହୋଇଛି। ବିଭିନ୍ନ ସ୍ଥାନରେ କାନ୍ଥ ଓ ଗଛ ପଡ଼ିଯିବାରୁ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ କିଛି ସ୍ଥାନରେ ବିଜୁଳି ମାରିବାରୁ ଅଧିକାଂଶଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।ଦେଓରିଆ ଜିଲ୍ଲାର ୪ ଜଣ, ବସ୍ତି ଜିଲ୍ଲାର ୩ ଜଣ, ବଳିଆ ଜିଲ୍ଲାର ୨ ଜଣ ଏବଂ ଆଜମଗଡ଼, କୁଶିନଗର, ମହାରଜଗଞ୍ଜ, ଲକ୍ଷ୍ମୀପୁର ଏବଂ ପିଲଭିଟରେ ଜଣେ ଲେଖାଏଁ ମୁତ୍ୟୁ ବରଣ କରିଛନ୍ତି।ୟୁପି ମୁଖ୍ୟମନ୍ତ୍ରୀ ଯୋଗି ଆଦିତ୍ୟନାଥ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ମୃତକଙ୍କ ପରିବାରକୁ ସମସ୍ତ ପ୍ରକାର ସହଯୋଗ ଯୋଗାଇବା ପାଇଁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯୋଗି ଆଦିତ୍ୟନାଥ।