



ଛତ୍ରପୁର,(ସମୃଦ୍ଧଓଡିଶା) ଗଞ୍ଜାମ ପୋଲିସ ଜିଲ୍ଲା ମୁଖ୍ୟାଳୟ ଛତ୍ରପୁର ନିକଟସ୍ଥ ତଥା ଛତ୍ରପୁର ଥାନା ଅଧୀନସ୍ଥ ତୁଳସୀନଗର ୪ର୍ଥ ଲେନ୍ ବାସିନ୍ଦା କିଶୋର ଚନ୍ଦ୍ର ଗୌଡ଼ଙ୍କ ଘରୁ ଚୋର ଦୁର୍ବୃତ୍ତ କଳା କନା ବୁଲେଇ ଦେଇଛନ୍ତି । ସୋମବାର ମଧ୍ୟରାତ୍ରି ଅବା ବିଳମ୍ବିତ ରାତ୍ରିରେ ଘରେ ଶୋଇଥିବା ସମୟରେ ଝରକା ତାଡ଼ି ଘର ଆଲମୀରା ଲକର ଭାଙ୍ଗି ୨୫ ଭରିସୁନା,ଗହଣା ଓ ଅଧାକିଲୋରୁ ଉର୍ଦ୍ଧ୍ବ ରୂପା ଅଳଙ୍କାର ସହ ନଗଦ ୨୫ ହଜାର ଟଙ୍କା ସାଂଗକୁ ଲକରରେ ଥିବା ପାନକାର୍ଡ, ଏଟିଏମ୍ କାର୍ଡ ଆଦି ମୂଲ୍ୟବାନ ବ୍ୟାଙ୍କ ସମ୍ବନ୍ଧୀୟ କାର୍ଡ ସହ ଘରେ ଲୁଟ ହୋଇଛି । ଏହି ଲୁଟ ହୋଇଥିବା ବିଷୟରେ ମଙ୍ଗଳବାର ପ୍ରତ୍ୟୁଷରେ ଅର୍ଥାତ ଭୋର ୫ଘଣ୍ଟା ସମୟରେ ଛତ୍ରପୁର ଥାନାରେ ଅଭିଯୋଗ ହୋଇଛି । ଘରେ କେବଳ ଘର ମାଲିକ ଅବସରପ୍ରାପ୍ତ ସରକାରୀ ଅଫିସର କିଶୋର ଚନ୍ଦ୍ର ଗୌଡ଼ ଓ ତାଙ୍କ ପତ୍ନୀ ରୁହନ୍ତି । ତାଙ୍କର ଜଣେ ଝିଅ ଶାଶୁଘରେ ଏବଂ ଜଣେ ମାତ୍ର ପୁଅ ଦିଲ୍ଲୀରେ ରୁହନ୍ତି । ଘରେ ଅନ୍ୟ କେହି ନ ରହିବାର ସୁଯୋଗନେଇ ଦୁର୍ବୃତ୍ତ ଏହି ସାହସ କରିଥିବା କୁହାଯାଉଛି । ଏହା ଯେ’ ଛତ୍ରପୁରରେ ହୋଇଥିବା ଏକ ବଡ଼ ଧରଣର ଲୁଟ ଘଟଣା ବୋଲି କୁହାଯାଏ । ଏହା ହେଡ କ୍ୱାଟର ପୋଲିସକୁ ଯେତିକି ଚକିତ କରିଛି, ସେତିକି ଭ୍ରମିତ କରିଛି । ଆଉ ଏହା ଏକ ଛତ୍ରପୁର ପୋଲିସକୁ ଏକ ଚ୍ୟାଲେଞ୍ଜ ହୋଇଛି । ଘଟଣା ସମ୍ପର୍କରେ ପୋଲିସ ଖବର ପାଇବା କ୍ଷଣି ସକାଳୁ ଖାନତଲାସୀ କରିଛି । ଅଧିକା ତଦନ୍ତଜାରୀ ରଖିଛନ୍ତି ।। ସଦିଗ୍ଧ ଲୋକଙ୍କ ଟେର ପୋଲିସ ଖୋଜୁଛି । ଜଣାଶୁଣା ଲୋକ ଉକ୍ତ ଅଭିଯୋଗକାରୀଙ୍କ ସମ୍ପର୍କରେ ଆସିଥିବା ବଢ଼େଇ ରାଜମିସ୍ତ୍ରୀ,ମୂଲିଆ ଆଦି ଅନେକଙ୍କୁ ପୋଲିସ ପଚରା ଉଚରା କରି ସାଇଣ୍ଟିଫିକ ଟିମ୍ ର ସହଯୋଗ ନେଇ ଅଧିକନ୍ତୁ ପୋଲିସ ତଦନ୍ତ ଜାରୀ କରିଛି । ପୋଲିସ ପକ୍ଷରୁ ସମସ୍ତ ପଦକ୍ଷେପରେ ଦୃଢ଼ତାର ସହ କାର୍ଯ୍ୟ ଜାରୀ ରଖିଆସିଛି ବୋଲି ଛତ୍ରପୁର ଥାନା ଅଧିକାରୀ ନିରୋଦ କୁମାର ଦାସ ମିଡ଼ିଆକୁ କହିଛନ୍ତି ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା
