

ଭଞ୍ଜନଗର (ସମୃଦ୍ଧ ଓଡିଶା) ଭଞ୍ଜନଗର ବ୍ଲକ ଅନ୍ତର୍ଗତ ଝାଲିଆ ଗୋଛା ଠାରେ ବହୁ ପ୍ରତିକ୍ଷିତ ୩୩/୧୧ କେଭି ପ୍ରାଇମେରୀ ବିଦ୍ୟୁତ ସବଷ୍ଟେସନ କୁ ଆଜି ରାଜ୍ୟ ସରକାରଙ୍କ ମାନ୍ୟବର ଜଙ୍ଗଲ ପରିବେଶ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ବିକ୍ରମ କେଶରୀ ଆରୁଖ ଆଜି ଉଦଘାଟନ କରିଛନ୍ତି । ଏହି ଅବସରରେ ମନ୍ତ୍ରୀ ଶ୍ରୀ ଆରୁଖ ୩୩/୧୧ କେଭି ସବ ଷ୍ଟେସନ ବୁଲି ଦେଖିବା ସହ ଷ୍ଟାର୍ଟ ସ୍ୱିଞ୍ଚ ମାରି ପ୍ରକଳ୍ପର ଶୁଭାରମ୍ଭ କରିଥିଲେ । ଏହି ବିଦ୍ୟୁତ ପ୍ରକଳ୍ପ ଦ୍ବାରା ଆଗାମୀ ଦିନରେ ବ୍ରାହ୍ମଣପଦର, ହରିଗଡ଼, ଦୋମୁହାଣୀ ଓ ଗାଲେରି ପଞ୍ଚାୟତବାସୀଙ୍କୁ ନିରବଚ୍ଛିନ୍ନ ଭାବେ ବିଦ୍ୟୁତ ସରବରାହ ହୋଇପାରିବ ଏବଂ ଲୋ ଭୋଲଟେଷ୍ଟଜର ସମସ୍ୟା ମଧ୍ୟ ସମାଧାନ ହୋଇପାରିବ । ନୂତନ ଭାବେ ଉଦଘାଟନ ହୋଇଥିବା ସବ ଷ୍ଟେସନ ପରିସରରେ ଏକ ବୃକ୍ଷ ରୋପଣ କାଯ୍ୟକର୍ମ ଅନୁଷ୍ଠିତ ହୋଇଥିଲା । ମନ୍ତ୍ରୀ ଶ୍ରୀ ଆରୁଖ ସବ ଷ୍ଟେସନ ପରିସରରେ ବନ ବିଭାଗର କର୍ମଚାରୀ ସୁଦର୍ଶନ ବାଦୀଙ୍କ ସହଯୋଗରେ ଓ ଅନ୍ୟାନ୍ୟ ଅତିଥି ମାନଙ୍କ ଉପସ୍ଥିତରେ ବିଭିନ୍ନ ପ୍ରକାରର ବୃକ୍ଷ ରୋପଣ କରିଥିଲେ । ସେହିପରି ଅନ୍ୟ ଏକ କାଯ୍ୟକର୍ମରେ କୋରନା ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । ଏଥି ସହିତ ତୁରୁମ କଲ୍ୟାଣି ମଣ୍ଡପ ଓ କୁଲାଡ଼ କଲ୍ୟାଣି ଠାରେ ଆୟୋଜିତ ଭତ୍ତା ବଣ୍ଟନ କାଯ୍ୟକର୍ମରେ ମନ୍ତ୍ରୀ ଯୋଗ ଦେଇ ୧୦ ଗୋଟି ପଂଚାୟତର ହିତାଧିକାରୀଙ୍କୁ ବିଭିନ୍ନ ପ୍ରକାରର ଭତ୍ତା ବଣ୍ଟନ କରିଥିଲେ । ଆଜିର ଏହି କାଯ୍ୟକର୍ମ ରେ ମନ୍ତ୍ରୀ ଶ୍ରୀ ଆରୁଖଙ୍କ ସମେତ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶୁଭ୍ରାଂଶୁ ଶେଖର ମିଶ୍ର, ବ୍ଲକ ଅଧ୍ୟକ୍ଷ । ବିନ ଦଳ ବେହେରା, ବ୍ଲକ ଉପାଦକ୍ଷ ଜିତେନ୍ଦ୍ର କେଶରୀ ଆରୁଖ, ବିଡ଼ିଓ ଅନିଲ କୁମାର ସେଠୀ, ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ଅଭୟ କୁମାର ଦଳେଇ, ବିଦ୍ୟୁତ ଅଧିକ୍ଷଣ ଯନ୍ତ୍ରୀ ନୃସିଂହ ନାରାୟଣ ପଣ୍ଡା, ବିଦ୍ୟୁତ ନିର୍ବାହୀ ଯନ୍ତ୍ରୀ ଜଗଦିଶ ଦାସ ମହାପାତ୍ର, ସିଡିପିଓ ବିଷ୍ଣୁପ୍ରିୟା ସେଠି, ବରିଷ୍ଠ ଓକିଲ ଦିବାକର ନାୟକ, ବରିଷ୍ଠ କର୍ମୀ ପାଞ୍ଚନନ ପାଳ ପ୍ରମୁଖ ଉପସ୍ଥିତ ଥିଲେ । ତୁରୁମ ସରପଞ୍ଚ ଓ କୁଲାଡ଼ ସରପଞ୍ଚ ପଦଯାତ୍ରା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ସ୍ଵେଚ୍ଛାସେବୀ ଶୂଳପାଣି ଶତପଥୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ନିର୍ବାହୀ ଯନ୍ତ୍ରୀ ଜଗଦୀଶ ଦାସ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।