କଟକ (ସମୃଦ୍ଧ ଓଡିଶା) କାଜି ବଜାର ଉଚ୍ଚ ବାଳିକା ବିଦ୍ୟାଳୟର ଛାତ୍ରୀ ସ୍ୱର୍ଣ୍ଣପ୍ରଭା ସେଠୀ । ଲାଲବାଗ ଥାନା ଅନ୍ତର୍ଗତ ମହିଦାସ ବଜାର ଅଞ୍ଚଳର ଛବିନ୍ଦ୍ର ସେଠୀ ଓ ଶକୁନ୍ତଳା ସେଠୀଙ୍କ କନ୍ୟା ଏ ବର୍ଷ ବିଦ୍ୟାଳୟରେ ୯୦ ପ୍ରତିଶତ ନମ୍ବର ରଖି ବିଦ୍ୟାଳୟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ମା ଗୃହିଣୀ ଓ ବାପା ଶିଶୁଭବନ ପରିସରରେ ଆହାର କେନ୍ଦ୍ରରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରନ୍ତି । ଘର କହିଲେ ଦୁଇ ବଖରା । ବଡ ଝିଅ ସୁଭଦ୍ରା ସେଠୀ ଦଶମ ଶ୍ରେଣୀରେ ୮୨ ପ୍ରତିଶତ ମାର୍କ ରଖି ଏବେ ଶୈଳବାଳାରେ ଯୁକ୍ତ୨ ଦ୍ୱିତୀୟ ବର୍ଷ ପରୀକ୍ଷା ଦେଇଛନ୍ତି । ତେଣୁ ଦୁଇ ଝିଅର ପଢା ଖର୍ଚ୍ଚ ଉଠାଇବା ଅସମ୍ଭବ ହୋଇ ପଡ଼ିଥିବାରୁ ମା ଶକୁନ୍ତଳା ସେଠୀ ସୁନାମୁଦୀ ବନ୍ଧା ପକାଇ ଝିଅର ପଢା ଖର୍ଚ୍ଚ ଉଠାଇଥିଲେ । ଏହି ଅଭାବ ଭିତରେ ଦିନକୁ ପ୍ରାୟ ୧୨ଘଣ୍ଟା ପରିଶ୍ରମ କରି ସଫଳତା ମିଳିଥିବାର ସ୍ୱର୍ଣ୍ଣପ୍ରଭା କହିଛନ୍ତି । ଆଗକୁ ଯୁକ୍ତ୨ ବିଜ୍ଞାନ ପଢିବାକୁ ସ୍ଵର୍ଣ୍ଣପ୍ରଭାର ଇଚ୍ଛା । ଏହି ପାଠ୍ୟକ୍ରମରେ ଖର୍ଚ୍ଚ ମଧ୍ୟ ଅଧିକ । କୋରାନ ସ୍ଥିତିରେ ଏବେ ଅନଲାଇନ ପାଠପଢା ଚାଲିଛି | ତେଣୁ ଏତେ ଖର୍ଚ୍ଚ ଉଠାଇବା ସମ୍ଭବ ନୁହଁ | ଅର୍ଥ ଅଭାବରୁ ମା ନବମ ଶ୍ରେଣୀରୁ ପାଠ ଛାଡିଥିଲେ । କିନ୍ତୁ ଝିଅଙ୍କ ସହ ସେହିପରି ନ ହଉ ସେ ଚାହୁଁ ନାହାନ୍ତି । ଆଗକୁ ଉଚ୍ଚ ଶିକ୍ଷା ପାଇଁ ଯେକୌଣସି ସ୍ତରରେ ସାହାଯ୍ୟ ମିଳିଲେ ସ୍ୱର୍ଣ୍ଣପ୍ରଭାଙ୍କ ସ୍ୱପ୍ନ ନିଶ୍ଚୟ ପୂରଣ ହେବ ବୋଲି ସେ ଆଶା ରଖି ସରକାରୀ ସହାୟତା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି ।
ରିପୋର୍ଟ : ଅକ୍ଷୟ ପଟ୍ଟନାୟକ