ଗଞ୍ଜାମ (ସମୃଦ୍ଧ ଓଡିଶା) ଟଙ୍କା ନ ଦେବାରୁ ଗୁରୁତର ଶିଶୁକୁ କଟକ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିବା ବଦଳରେ ଗଞ୍ଜାମ ସହର ଠାରେ ଏକ ଆମ୍ବୁଲାନ୍ସ ଗାଡି ଛାଡ଼ି ଚାଲିଯାଇଥିବା ଅଭିଯୋଗ ହୋଇଛି । ଏହି ଘଟଣାକୁ ନେଇ ସାରା ସହରରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ଜଣାପଡିଛି । ଶିଶୁପୁତ୍ରକୁ ଧରି ବାପା ମାଆ କାନ୍ଦୁଥିବା ବେଳେ ସ୍ଥାନୀୟ ଅଟୋ ଚାଳକ ସଂଘ ଦେଖି ସ୍ୱେଚ୍ଛାସେବୀଙ୍କ ଦ୍ଵାରା ଗଞ୍ଜାମ ମେଡିକାଲ ପରେ ବ୍ରହ୍ମପୁର ମେଡିକାଲକୁ ପଠାଇଥିଲେ । ଘଟଣାକୁ ଗୁରୁତର ଶହ ନେଇ ଗଞ୍ଜାମ ଜିଲ୍ଲାପାଳ ୧୦୮ ଆମ୍ବୁଲାନ୍ସର କର୍ମଚାରୀଙ୍କୁ ନିଲମ୍ବିତ କରିଥିବା ଜଣାପଡ଼ିଛି । ଗୋଟିଏ ପଟେ ୫-ଟି ଯୋଜନା ମାଧ୍ୟମରେ ସ୍ୱାସ୍ଥ୍ୟ ବିଭାଗର ସ୍ଥିତି ସଜାଡିବା ପାଇଁ ମନ୍ତ୍ରୀଙ୍କ ସମେତ ବଡ ବଡ ପଦାଧିକାରୀ ଅଫିସର ମାନେ ମେଡିକାଲକୁ ଘନ ଘନ ଗ୍ରସ୍ତ କରୁଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମରେ ରୋଗୀଣା ଶିଶୁକୁ ରାସ୍ତାରେ ଛାଡି ଚାଲିଯାଇଛି ଆମ୍ବୁଲାନ୍ସ, ଯାହା ସରକାରଙ୍କ ପାଇଁ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସୂଚନା ଅନୁସାରେ, କୁକୁଡାଖଣ୍ଡି ବ୍ଲକସ୍ଥିତ ଜୁଗୁଡି ଗ୍ରାମର ଅନାମ ଦାସ ଓ ମାଆ ନନ୍ଦିନୀ ଦାସ ନିଜର ଦେଢ ମାସର ଶିଶୁପୁତ୍ର ସାହେଲର ଦେହ ଖରାପ ହେବାରୁ ଚିକିତ୍ସା ନିମନ୍ତେ ବ୍ରହ୍ମପୁରସ୍ଥିତ ଏମକେସିଜିରେ ଭର୍ତ୍ତି କରାଯାଇଥିଲା । ତେବେ ଶିଶୁଟିର ସ୍ଥିତିରେ କୌଣସି ସୁଧାର ନ ଆସିବାରୁ କଟକ ଶିଶୁ ଭବନକୁ ୧୦୮ ଆମ୍ବୁଲାନ୍ସ ଯୋଗେ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ରାସ୍ତାରେ ଆମ୍ବୁଲାନ୍ସ ଚାଳକ ଶିଶୁର ପରିବାର ଲୋକଙ୍କୁ ଟଙ୍କା ମାଗିଥିଲେ ମଧ୍ୟ ଅନାମ ଦୁଇଶହ ଟଙ୍କା ଦେବାରୁ ନ ନେଇ ଗୁରୁତର ଅବସ୍ଥାରେ ଶିଶୁକୁ ଗଞ୍ଜାମ ସହର ସ୍ଥିତ ବଡବଜାର ଅଧରାସ୍ତାରେ ଛାଡି ଚାଲିଯାଇଥିଲା । ରାସ୍ତାରେ ଶିଶୁ ପୁତ୍ରକୁ ଧରି ବାପା ମାଆ କାନ୍ଦୁଥିବା ଦେଖି ସ୍ଥାନୀୟ ଅଟୋ ଚାଳକ ସଂଘ ଚିକିତ୍ସା ପାଇଁ ଗଞ୍ଜାମ ମେଡିକାଲରେ ଭର୍ତ୍ତି କରିବା ସହ ସ୍ୱେଚ୍ଛାସେବୀ ତଥା ଭରସାର ସଂପାଦକ ଦୁର୍ଗା ମାଧବ ପାଣିଗ୍ରାହିଙ୍କୁ ଖବର ଦେବାରୁ ସରପଞ୍ଚ ସାମା ରେଡି ସାମ୍ବାଦିକ ବିସ୍ମୟ ପ୍ରଧାନଙ୍କ ସହ ମେଡିକାଲରେ ପହଞ୍ଚି ଜିଲ୍ଲାପାଳଙ୍କୁ ଅବଗତ କରିବା ସହ ଗଞ୍ଜାମ ମେଡିକାଲରେ ଥିବା ୧୦୮ ଆମ୍ବୁଲାନ୍ସ ସହାୟତାରେ ଶିଶୁଙ୍କୁ ଉଦ୍ଧାର କରି ବ୍ରହ୍ମପୁର ଏସ୍.ଏନ୍.ସି.ୟୁକୁ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ଗୁରୁତର ଶିଶୁଙ୍କ ପରିବାରକୁ ପୁର୍ବତନ ସାଂସଦ ପ୍ରତିନିଧି ସୁଧିର କୁମାର ପାଢୀ ଏକ ହଜାର ଟଙ୍କା ପ୍ରଦାନ କରିଥିଲେ । ଘଟଣାକୁ ଗୁରୁତର ନେଇ ଜିଲ୍ଲା ଗୁରୁତର ଶିଶୁକୁ ନେଇଥିବା ୧୦୮ ଆମ୍ବୁଲାନ୍ସର କର୍ମଚାରୀଙ୍କୁ ନିଲମ୍ବିତ କରିଥିବା ଜଣାଯାଇଛି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା