ଟାଏକୋଣ୍ଡୋ ପ୍ରତିଯୋଗିତାରେ ଗଜପତି ଦଳ ସଫଳତା ହାସଲ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ସ୍ଥିତ ରେଳବାଇ ଇନିଷ୍ଟିଚ୍ୟୁଟ ପରିସରରେ ପ୍ରଥମଥର ପାଇଁ ଅନୁଷ୍ଠିତ ଟାଏକୋଣ୍ଡୋ ପ୍ରତିଯୋଗିତାରେ ଗଜପତି ଦଳ ଭାଗ ନେଇ ସଫଳତାର ସହ  ଫେରିଛି । ଏହି ପ୍ରତିଯୋଗିତାରେ ଗଜପତିର ୧୮ ପ୍ରତିଯୋଗୀ ଭାଗ  ନେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୮ ଜଣ ସଫଳତାର ସହ ପଦବୀ ପାଇଛନ୍ତି । ସେମାନେ ମଧ୍ୟରୁ ଜଣେ ସ୍ୱର୍ଣ୍ଣ, ରୌପ୍ୟ ୩ଟି, ବ୍ରୋଞ୍ଜ ଚାରଟି  ପାଇଛନ୍ତି । ଏହି ଦଳ ଜିଲ୍ଲା ବୋର୍ଡ ନାଗେଶ୍ୱର ମହାପାତ୍ର, ସମ୍ପାଦକ କାର୍ତ୍ତିକ ମହାପାତ୍ର, ଗଣେଶ ଚନ୍ଦ୍ର ମହାପାତ୍ର, ରାଜୁ ପାଡାଲ ପ୍ରମୁଖ ନେତୃତ୍ୱରେ ଯାଇଥିଲେ ।

ରିପୋର୍ଟ : କୃଷ୍ଣ ବେହେରା