


ଭୁବନେଶ୍ୱର-(ସମୃଦ୍ଧଓଡିଶା)-ଟାଟା ଷ୍ଟିଲ ପକ୍ଷରୁ ଫୁଟବଲ ଏକାଡୋମୀ ଷ୍ଟାଡିୟମ ଠାରେ ବନ୍ଧୁତପୂର୍ଣ୍ଣ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଯାଇଛି, ଏହି ଟୁର୍ନାମେଣ୍ଟ ରେ 4ଟି ଦଳ ତଥା ଲିଡର୍ସ ଏକାଦଶ, ଟାଟା ଷ୍ଟିଲ ଏକାଦଶ, ଅଫିସର୍ସ ଏକାଦଶ ଓ ମିଡ଼ିଆ ଏକାଦଶ ଭାଗ ନେଇଥିଲେ, ଲିଡର୍ସ ଏକାଦଶ ଓ ଅଫିସର୍ସ ଏକାଦଶ ମଧ୍ୟରେ ଫାଇନାଲ ଖେଳ ହୋଇଥିଲା, ଏଥିରେ ମନ୍ତ୍ରୀ ରବି ନାରାୟଣ ନାୟକ ଙ୍କ ନେତୃତ୍ୱ ରେ ଲୁଡ଼ର୍ସ ଏକାଦଶ 3 ଗୋଲ ରେ ଜିତି ଚମ୍ପିୟାନ ହୋଉଥିଲେ, ପୁରସ୍କାର ବିତରଣ ସଭାରେ ମୁଖ୍ୟ ଅତିଥିଭାବେ ଓଡିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଓ ପ୍ରତିଭା ପରିଡା ଯୋଗ ଦେଇ ଚମ୍ପିୟାନ ଓ ରୋନର୍ସ କୁ ଟ୍ରଫି ପ୍ରଦାନ କରିଥିଲେ, ଏକି ଟ୍ରଫି ପ୍ରଦାନ କାର୍ଯ୍ୟକ୍ରମ ରେ ମନ୍ତୀ ମୁକେଶ ମହାଳିଙ୍ଗ, ପୃଥିବୀରାଜ ହରିଚନ୍ଦନ, ନିତ୍ୟାନନ୍ଦ ଗଣ୍ଡ, ସିଦ୍ଧାନ୍ତ ମହାପାତ୍ର, ରୁପେଶ ପାଣିଗ୍ରାହୀ,, ସାଂସଦ ସଂଗୀତ ସିଂଦେଓ ସହ ସମସ୍ତ ବିଧାୟକ ଓ ବିଧାୟିକା ମାନେ ଉପସ୍ଥିତ ଥିଲେ, ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ବିଧାୟିକା ସୋଫିଆ ଫିର୍ଦୋଷ, ଉପାସନା ମହାପାତ୍ର, ଏସ ମୁର୍ମୁ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ,ବିଭିନ୍ନ ମ୍ୟାଚ ରେ ମ୍ୟାନ ଅଫ ଦ ମ୍ୟାଚ ଭାବେ ଲିଡର୍ସ ଏକାଦଶ ଡ଼ ଫକିର ନାୟକ, ମୋନଜ ଆହୁଜା, ରୋମାକାନ୍ତ ଭୋଇ ଙ୍କୁ ଓ ଶୃଙ୍ଖଳା ଦଳ ଭାବେ ମିଡ଼ିଆ ଏକାଦଶ ପୁରସ୍ତୁତ କରାଯାଇଥିଲା, ଏହି କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ମୁଖ୍ୟ ସଚିବ ମୋନଜ ଆହୁଜା, ଅର୍ଥ ବିଭାଗ ମୁଖ୍ୟ ସଚିବ ଶାଶ୍ୱତ ମିଶ୍ର ଏଇଏଫଏସ ଦେବୀଦତ୍ତ ବିଶ୍ୱାଳ, ପୂର୍ବତନ ମୁଖ୍ୟ ସଚିବ ସୁରେଶ ମହାପାତ୍ର ଆଇପିଏସ ଅମିତାଭ ଠାକୁର ପ୍ରମୟ ଓ ନ୍ୟୁଜ 7ର ଏଡିଟର ଗୋପାଳକୃଷ୍ଣ ମହାପାତ୍ର,ସାମ୍ବାଦ ର କ୍ରୀଡା ସାମ୍ବାଦିକ ସୁରେଶ ସ୍ୱାଇଁ ଓ ବରିଷ୍ଠ ସାମ୍ବାଦିକ ଉପସ୍ଥିତ ଥିଲେ
ରିପୋର୍ଟ : କୃଷ୍ଣ କୁମାର ବେହେରା