
ଢେଙ୍କାନାଳ (ସମୃଦ୍ଧ ଓଡିଶା)ଢେଙ୍କାନାଳ ମେରାମୁଣ୍ଡଳୀ ସ୍ଥିତ ଟାଟା ଷ୍ଟିଲ ପ୍ଲାଣ୍ଟରେ ଷ୍ଟିମ ପାଇପ ଲାଇନ ଫାଟି ୧୯ ଜଣ କର୍ମଚାରୀ ଗୁରୁତର । ଷ୍ଟିମ ପାଇପ ଲାଇନ ଫାଟି ଗରମ ପାଣିରେ ପୋଡି ହୋଇ ଯାଇଥିବା ୧୯ ଜଣ କର୍ମଚାରୀଙ୍କ ମଧ୍ୟରୁ ୮ ଜଣ କର୍ମଚାରୀଙ୍କୁ କଟକ ସ୍ଥାନାତରିତ କରାଯାଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଜିଲ୍ଲା ପ୍ରଶାସନ ଅଧିକାରୀମାନେ ଉପସ୍ଥିତ ଅଛନ୍ତି ।