ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ଟାଟା ହାଇଟେକ କୋଭିଡ ହସ୍ପିଟାଲରେ ଏକ ଅତ୍ୟାଧୁନିକ ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ ହୋଇଛି । ଏହି ଅତ୍ୟାଧୁନିକ ଆମ୍ବୁଲାନ୍ସ ସେବାକୁ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଉଦଘାଟନ କରିଛନ୍ତି । ଏହି ଅବସରରେ ଜିଲ୍ଲାପାଳ ବିଜୟ ଅମୃତ କୁଳାଙ୍ଗେ, ବ୍ରହ୍ମପୁର ଉପଜିଲ୍ଲାପାଳ ଭି କୀର୍ତ୍ତିୱାସନ୍, ହାଇଟେକ ଚେୟାରମାନ ତ୍ତିରୁପତି ପାଣିଗ୍ରାହୀ, ନୋଡାଲ ଡ଼ଃ ଝୁଲଣ ଜେନା, ବିଡିଏ ସଚିବ ସମ୍ବିତ ରାଉତ, ବରିଷ୍ଠ ସାମ୍ବାଦିକ ଜଗନ୍ ମୋହନ ମହାପାତ୍ର, ତୁମ୍ବନାଥ ପଣ୍ଡାଙ୍କ ସମେତ ହାଇଟେକର ସମସ୍ତ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହିଥିଲେ । ଦିନେ ଦୁଇଦିନ ମଧ୍ୟରେ ଏଠାରେ ରୋଗୀ ଓ ସେମାନଙ୍କ ଘରଲୋକଙ୍କ ମଧ୍ୟରେ ଯୋଗସୂତ୍ର ପାଇଁ ଏକ ସ୍ୱତନ୍ତ୍ର ଡେସ୍କ ଖୋଲାଯିବ । ଏଠାରେ ଘରଲୋକ ରୋଗୀଙ୍କ ଖବର ଦିନରେ ଦୁଇଥର ପାଇବେ ଓ ଭିଡିଓ କଲରେ କଥା ହୋଇପାରିବେ ବୋଲି ହାଇଟେକ ମୁଖ୍ୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ଏଥିପାଇଁ ସ୍ୱତନ୍ତ୍ର ଭାବେ ୧୮ ଜଣ କର୍ମଚାରୀ ନିୟୋଜିତ ହୋଇଛନ୍ତି । ରୋଗୀଙ୍କ ସର୍ବୋତ୍ତମ ଚିକିତ୍ସା ଯୋଗାଇ ଦିଆଯାଉଛି ବୋଲି ଡ଼ଃ ଝୁଲଣ ଜେନା ସୂଚନା ଦେଇଛନ୍ତି ।