ବିଜେପି ରାଜ୍ୟ କୋଷାଧ୍ୟକ୍ଷ ସନ୍ତୋଷ କୁମାର ମହାପାତ୍ରଙ୍କ ପ୍ରାୟସ ଏବଂ ଗ୍ରାମବାସୀଙ୍କ ଚେଷ୍ଟାରେ ଆଜି ଅର୍ଥାତ ୨ ଜାନୁଆରୀ ୨୦୨୫ରେ ସାଂସଦ ପ୍ରଦୀପ କୁମାର ପାଣିଗ୍ରାହୀ, ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଏବଂ ଆସିଷ୍ଟାଣ୍ଟ ଯନ୍ତ୍ରୀ ଅଜିତ ପ୍ରଧାନ ଖଣ୍ଡଦେଉଳି ଗ୍ରାମର ରାଜଘାଇ ଓ ନରେନ୍ଦ୍ରଘାଇରେ କିପରି ଭରପୁର ମାତ୍ରାରେ ଜଳ ରହିପାରିବ, ରବି ଫସଲ ଓ ଖରିଫ ଫସଲ ପାଇଁ ଜଳର ଯେମିତି କୌଣସି ଅଭାବ ନରହିବ ଏବଂ ସମସ୍ତ ଚାଷୀ କିପରି ଅଭାବର ସମ୍ମୁଖୀନ ହେବେନାହିଁ ଏହାପ୍ରତି ଖୁବ ଶୀଘ୍ର କାର୍ଯ୍ୟଗୁଡ଼ିକ କାର୍ଯ୍ୟକାରୀ ହେବ ବୋଲି ପ୍ରତିଶୃତି ଦେଲେ ।