


ଛତ୍ରପୁର(ସମୃଦ୍ଧ ଓଡିଶା)ଗଞ୍ଜାମଜ଼ିଲ୍ଲା ଛତ୍ରପୁର ଉପକଣ୍ଠସ୍ଥ ଟିଟାନିୟମ ପ୍ଲାଣ୍ଟରେ ନିୟୋଜିତ କର୍ମଚାରୀଙ୍କୁ ଗତ ୩ ମାସ ହେଲା ଦରମା ମିଳି ନ ଥିବାରୁ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଫଳରେ କର୍ମଚାରୀ ମାନଙ୍କ ପରିବାର ପ୍ରତିପୋଷଣରେ ଖୁବ କଷ୍ଟକର ବ୍ୟାପାର ହୋଇପଡିଛି । ମଙ୍ଗଳବାର ଟିଟାନିୟମ ଭୂ-ବିସ୍ଥାପିତ କଲ୍ୟାଣ ସମିତି ମହାସଂଘ ପକ୍ଷରୁ ଛତ୍ରପୁର ଜ଼ିଲ୍ଲା ଶ୍ରମ ଅଧିକାରୀଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଏହି ସମସ୍ୟା ର ସମାଧାନ କରିବାକୁ ଅନୁରୋଧ କରାଯାଇଛି, ଏମାନଙ୍କ କହିବାନୁଯାଇ ପ୍ରାୟତଃ ୭ ବର୍ଷ ହେଲା ୩ଶହ ଜଣ କର୍ମଚାରୀ ଉକ୍ତ ପ୍ଲାଣ୍ଟ ରେ କାମ କରି ଆସୁଛନ୍ତି ଏବେ ୩ ମାସ ହେଲା ଦରମା ମିଳିନଥିବା ଏମାନେ କହିଛନ୍ତି ସ୍ମାରକପତ୍ର ପ୍ରଦାନ ବେଳେ ମହାସଂଘ ର ସଭାପତି ଏସ. ଚକ୍ରପାଣି ରେଡ୍ଡୀ, ସମ୍ପାଦକ ଲକ୍ଷ୍ମୀ ନାରାୟଣ ମହାରଣା, ଉପ-ସଭାପତି ବି. ଭେଙ୍କଟ ରାମଣା, ସିଏଚ. ଦାଶରଥି ରେଡ୍ଡୀ, ଆର. ଦଣ୍ଡପାଣି ରେଡ୍ଡୀ, ରମେଶ ଚନ୍ଦ୍ର ପ୍ରଧାନ, କେ. ସୀମାଦ୍ରୀ ରେଡ୍ଡୀ, ଏସ. ତ୍ରିନାଥ ରେଡ୍ଡୀ ପ୍ରମୁଖ ଉପସ୍ଥିତ ଥିଲେ ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା