

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ସହରକୁ ସୁନ୍ଦର ଭାବେ ଗଢି ତୋଳିବା ଲକ୍ଷ୍ୟରେ ଟିମ କ୍ଲିନ ସିଟି ପକ୍ଷରୁ ଆରମ୍ଭ ହୋଇଥିବା ନିଆରା ପ୍ରୟାସ ବା ଅଭିଯାନକୁ ଇତି ମଧ୍ୟରେ ପୁରିଯାଇଛି ଦୀର୍ଘ ଏକ ମାସ । ଆଜି ଟିମର ସଦସ୍ୟମାନେ ବର୍ଷା ସତ୍ତ୍ୱେ ଇଞ୍ଜିନିୟରିଂ ସ୍କୁଲ ଛକ ନିକଟରୁ ଖୋଡାସିଙ୍ଗି ପର୍ଯ୍ୟନ୍ତ ପୋଷ୍ଟର ଚିରିଥିଲେ । ପରେ ଟିମର ସଦସ୍ୟମାନେ ବ୍ରହ୍ମପୁର ମହନଗର ନିଗମ କମିଶନର ଚକ୍ରବର୍ତ୍ତୀ ସିଂ ରାଠୋରଙ୍କ ସହ ତାଙ୍କ କାର୍ଯ୍ୟାଳୟରେ ମିଶି ସାକ୍ଷାତ ଆଲୋଚନା କରିଥିଲେ । ଦୀର୍ଘ ଏକ ମାସର ଅଭିଜ୍ଞତା ଓ କିଛି ନୂଆ ପ୍ରସ୍ତାବକୁ ସଦସ୍ୟମାନେ କମିଶନରଙ୍କୁ ଶେୟର କରିଥିଲେ । ଟିମର କାର୍ଯ୍ୟକୁ କମିଶନର ଭୁୟସୀ ପ୍ରସଂଶା କରିବା ସହ ଏହାକୁ କିଭଳି କଡାକଡି ଲାଗୁ କରାଯିବା ସେନେଇ ନିଜ ମତ ପ୍ରକାଶ କରିଥିଲେ । ଏହି ଅବସରରେ ଟିମ ପକ୍ଷରୁ ସ୍ୱତନ୍ତ୍ର ଲୋଗୋ ଥିବା କ୍ୟାପକୁ କମିଶନରଙ୍କ ଦ୍ୱାରା ଉନ୍ମୋଚନ କରାଯାଇ ସଦସ୍ୟମାନଙ୍କ ମଧ୍ୟରେ ବଣ୍ଟନ କରାଯାଇଥିଲା । ଏହି ଅଭିଯାନକୁ ଆଗାମୀ ଦିନରେ ଜାରି ରଖାଯିବା ସହ ଅଧିକ ତ୍ୱରାନ୍ୱିତ କରାଯିବା ନେଇ ଟିମ କ୍ଲିନ ସିଟି ପକ୍ଷରୁ ସ୍ପଷ୍ଟ କରାଯାଇଥିଲା ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା

