ଜଳେଶ୍ୱର (ସମୃଦ୍ଧ ଓଡିଶା) ସାମ୍ପ୍ରତିକ କରୋନାର କାୟାବିସ୍ତାର କରୁଥିବା ବେଳେ ଅନ୍ୟ ରାଜ୍ୟରେ ରହି ଦୁଃଖ ଭୋଗୁଥିବା ଓଡିଆ ପୁଅକୁ ଘର ବାହୁଡା ଲାଗି ସରକାର ବ୍ୟବସ୍ଥା କରିଛନ୍ତି । ଗତ ବୁଧବାର ବାଲେଶ୍ୱର ଷ୍ଟେସନରେ ପ୍ରବାସୀ ଓଡିଆଙ୍କୁ ଧରି ପହଞ୍ଚିଥିବା ଟେନ୍ରୁ ସେମାନଙ୍କୁ ନେଇ ବିଭିନ୍ନ ଟିଏମ୍ସିରେ ରହିଛନ୍ତି । ଗତକାଲିସୁଦ୍ଧା ୪୨୩ଜଣ ପ୍ରବାସୀ ବିଭିନ୍ନ କେନ୍ଦ୍ର ଗୁଡିକରେ ରହିଥିବାର ସରକାରୀ ସୂତ୍ରରୁ ପ୍ରକାଶ । ଆଜି ବାଲେଶ୍ୱର ଷ୍ଟେସନରେ ୪ଟି ଟ୍ରେନ ଅନ୍ୟରାଜ୍ୟରୁ ଆସି ପହଞ୍ଚିବାକୁ ଥିବା ବେଳେ ସେଥିରେ ଆସୁଥିବା ଓଡିଆଙ୍କୁ ବିଭିନ୍ନ ଯାନବାହାନରେ ଜଳେଶ୍ୱର ଆଣିବା ଲାଗି ୪ ଅଫିସର ସୁଜୟ କୁମାର ଚାନ୍ଦ, ସୁରେନ୍ଦ୍ର ଭୂୟାଁ, ବିଶାଳ ବିରାଜ ହର, ମହାଧର ମଲ୍ଲିକ ଆଜି ସକାଳେ ବାଲେଶ୍ୱର ଗସ୍ତ କରିଛନ୍ତି । ସେମାନଙ୍କୁ ଜଳେଶ୍ୱର ଆଣି ବିଭିନ୍ନ ଟିଏମ୍ସି କେନ୍ଦ୍ର ଗୁଡିକରେ ରଖିବାକୁ ବ୍ୟବସ୍ଥା କରଯାଇଥିବା ବେଳେ ଗ୍ରାମାଂଚଳର ବିଭିନ୍ନ ସ୍ଥାନକୁ ବସ୍ ଯାତ୍ରାର ସୁବିଧା ନ ଥିବାରୁ ସ୍ୱତନ୍ତ୍ର ଯାନର ବ୍ୟବସ୍ଥା ହୋଇଥିବା ସଂପର୍କରେ ବିଡିଓ ଦୀପ୍ତୀରଂଜନ ସେଠୀ କହିଛନ୍ତି ।
ରିପୋର୍ଟ : ଭୂପତି କୁମାର ପରିଡା