ଟେମ୍ପଗିରିରେ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ଗୋଷ୍ଠୀ କେନ୍ଦ୍ର ଉଦଘାଟନ

ପାରଳାଖେମୁଣ୍ଡି -(ସମୃଦ୍ଧଓଡିଶା)-ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ବୃଷଭ ଗ୍ରାମପଞ୍ଚାୟତ ଟେମ୍ପଗିରି ଠାରେ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନା ରେ ଗୋଷ୍ଠୀ କେନ୍ଦ୍ର ମୁଖ୍ୟ ଅତିଥି ମାନ୍ୟବର ପାରଳାଖେମୁଣ୍ଡି ବିଧାୟକ ଇଞ୍ଜିନିୟର ଶ୍ରୀ ରୁପେଶ ପାଣିଗ୍ରାହୀ ଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି। ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନା ରେ 7ଲକ୍ଷ ଟଙ୍କା ବ୍ୟୟରେ ଏହି ଗୋଷ୍ଠୀ କେନ୍ଦ୍ର ଟେମ୍ପଗିରି ଗ୍ରାମର ଲୋକଙ୍କ ବିଭିନ୍ନ ବ୍ୟବହାର ପାଇଁ ଅନୁଦାନ ପ୍ରଦାନ କରାଯାଇଥିବା ସୂଚନା ମିଳିଛି। ଗ୍ରାମବାସୀଙ୍କ ପକ୍ଷରୁ ମୁଖ୍ୟ ଅତିଥି ମାନ୍ୟବର ପାରଳାଖେମୁଣ୍ଡି ବିଧାୟକ ଇଞ୍ଜିନିୟର ଶ୍ରୀ ରୁପେଶ ପାଣିଗ୍ରାହୀ ଓ ଅନ୍ୟାନ୍ୟ ସମ୍ମାନୀୟ ଅତିଥି ମାନଙ୍କୁ ପାରମ୍ପରିକ ସଙ୍ଗୀତ ଓ ନୃତ୍ୟ ର ସହ ପୁଷ୍ପ ଗୁଛ ଓ ଉପଢ଼ୌକନ ପ୍ରଦାନ କରି ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ।ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଗଵାରା ତିରୁପତି ରାଓ, ବ୍ଲକ୍ ଅଧ୍ୟକ୍ଷା ଶ୍ରୀମତୀ ସୁନେମି ମଣ୍ଡଳ, ପାଳକ ଅମସିୟ ଗମାଙ୍ଗ, ଦିକନ ଜନ୍ତିନ ଭୂୟାଁ, ଚାଳକ ଯୋଷିୟ ଭୂୟାଁ, ବୃଷଭ ସମିତି ସଭ୍ୟ ବୁଲୁ ରଇତ, ଦୀପୁ ପଟ୍ଟନାୟକ, କୃଷ୍ଣ କୁମାର ବେହେରା ,ଆହାଜ ମାଛ ସମ୍ମାନିତ ଅତିଥି ଭାବେ ପ୍ରମୁଖ ଉପସ୍ଥିତ ଥିଲେ। ବୃଷଭ ସମିତି ସଭ୍ୟ ବୁଲୁ ରଇତ କାର୍ଯ୍ୟକ୍ରମ ପରିଚାଳନା କରିବା ସହ ସଭା ଶେଷରେ ଧନ୍ୟବାଦ୍ ଅର୍ପଣ କରିଥିଲେ।

ରିପୋର୍ଟ :କୃଷ୍ଣ କୁମାର ବେହେରା