ଜଳେଶ୍ୱର (ସମୃଦ୍ଧ ଓଡିଶା) ସରକାର ଚାଷୀଙ୍କ ଠାରୁ ସହାୟକ ମୂଲ୍ୟରେ ଧାନ କିଣିବା ନେଇ ଆଇନ୍ର ଏକ ଗଳାବାଟ ଯୋଗୁଁ ପ୍ରାୟ ପଞ୍ଜିକୃତ ଚାଷୀଙ୍କ ମଧ୍ୟରୁ ଦୁଇ ତୃତୀୟାଂଶ ଧାନ ବିକ୍ରି କରିବାରୁ ବଞ୍ଚିତ ହୋଇଛନ୍ତି । ଏପରି ଘଟଣା ଜ୍ୟୋତିଜଂଗମ ସମବାୟ ସମିତିରେ ଦେଖା ଦେବାରୁ ଆଜି ପୂର୍ବ ସୂଚନା ଅନୁଯାୟୀ ଚାଷୀମାନେ କାର୍ଯ୍ୟାଳୟ ସମ୍ମୁଖରେ ଦୀର୍ଘ ସମୟ ଧରି ଆନ୍ଦୋଳନରେ ବସିଥିଲେ । ଘଟଣାରୁ ପ୍ରକାଶ, ଚଳିତବର୍ଷ ବାଲେଶ୍ୱର ଜିଲାରେ ୧୪୩ଟି ସେବା ସମବାୟ ସମିତିରେ ଚାଷୀମାନଙ୍କରଠାରୁ ସହାୟକ ମୁୂଲ୍ୟରେ ଧାନ କିଣିବା ବ୍ୟବସ୍ଥା ହୋଇଛି । କିନ୍ତୁ ଏଥିରେ ଥିବା ଏକ ତ୍ରୁଟିର ସୁଧାର ହେଉନଥିବାରୁ ମୋଟ ଚାଷୀର ଦୁଇ ତୃତୀୟାଂଶ ଧାନ ବିକୟ କରିବାରୁ ବଞ୍ଚିତ ହେଉଛନ୍ତି । ଫଳରେ ଚାଷୀ ଧାନର ଅଭାବ ବ୍ରିକ୍ରର ସମ୍ମୁଖୀନ ହେଉଛି । ୧୪୩ଟି ସେବା ସମବାୟ ସମିତିରୁ ଉଦାହରଣ ସ୍ୱରୁପ ଗୋଟିକୁ ନେଲେ ଘଟଣା ସ୍ପଷ୍ଟ ହେଉଛି । ରାଜ୍ୟ ସରକାରଙ୍କ ଫୁଡ୍ ସପ୍ଲାୟଇଜ୍ ଏଣ୍ଡ କଞ୍ଜୁମାର ୱଲେଫାର ଡିପାଟ୍ମେଣ୍ଟ ପକ୍ଷରୁ ସବୁ ସମବାୟ ସମିତିର ଚାଷୀମାନଙ୍କର ନାମ ପଞ୍ଜିକରଣ କରାଯାଇଛି । ପଞ୍ଜିକରଣ ଅନୁଯାୟୀ ପର୍ଯ୍ୟାୟକ୍ରମେ ଯୋଗାଣ ବିଭାଗ ଚାଷୀମାନଙ୍କ ମୋବାଇଲରେ ଟୋକନ୍ ପଠାଉଥିବା ବେଳେ ଏହାର ଏକକିତା ନକଲ ସମବାୟ ସମିତି କାର୍ଯ୍ୟାଳୟରେ ଲଗାଯାଉଛି । ଉଦାୟରଣ ସ୍ୱରୁପ ଜଳେଶ୍ୱର ବ୍ଲକର ନାମ୍ପୋସ୍ଥିତ ଜ୍ୟୋତିଜଙ୍ଗମ ସେବା ସମବାୟ ସମିତିରେ ୫୬୭ଜଣ ଚାଷୀ ଧାନ ବିକ୍ରି ଲାଗି ନାମ ପଞ୍ଜିକରଣ କରିଥିଲେ । ସେମାନଙ୍କୁ ଟୋକନ୍ ମଧ୍ୟ ଦିଆଯାଉଛି । ମୋଟ ୩୦୬୯୩ କ୍ୟୁଣ୍ଟାଲ ଧାନ ସେମାନଙ୍କ ଠାରୁ କିଣିବାକୁ ଅଛି ବୋଲି ଯୋଗାଣ ବିଭାଗ ତାର ୱେବ ସାଇଟ୍ରେ ପ୍ରଦର୍ଶନ କରୁଛି । କିନ୍ତୁ ଆଜି ସୁଦ୍ଧା ସେଠାରେ ମାତ୍ର ୧୮୨ଜଣ ଟୋକନ୍ ପାଇଥିବା ୯୩୦୦ କ୍ୟୁଣ୍ଟାଲ ଧାନ ବିକ୍ରି କରିପାରିଛନ୍ତି । ତେଣୁ ପ୍ରାୟ ୩୭୩ଜଣ ଚାଷୀ ପ୍ରାୟ ୨୧୦୦୦ କ୍ୟୁଣ୍ଟାଲ ଧାନ ବିକ୍ରି କରିପାରିନଥିବାର ସୂଚନା ମିଳିଛି । ଆଉ ୮ଦିନ ପରେ ଧାନ କ୍ରୟ ବନ୍ଦ ହେବ । ଏଥିରୁ ୨ଦିନ ସଟ୍ଡାଉନ୍ ଇତ୍ୟାଦି ରହିଛି । ନାମ୍ପୋ ଅଞ୍ଚଳର ଖାଲିନା ପାଖରା, ଜ୍ୟୋତି ଜଙ୍ଗମ, ଦେଉଳବାଡ, ତିଳାପଟା, ପାଣିଗ୍ରାହୀ, ଆମ୍ବପଂଜା ଇତ୍ୟାଦି ଗ୍ରାମବାସୀ ଏଠାରେ ଧାନ ବିକ୍ରି କରିବା କଥା । ୩ଦିନ ତଳେ ଚାଷୀମାନେ ଏକଜୁଟ ହୋଇ ସମ୍ପାଦକଙ୍କୁ ଧାନ କ୍ରୟ ସଂପର୍କରେ ଲିଖିତ ନିବେଦନ କରିଥିଲେ । ଆଜି ପୂର୍ବତନ ସଭାପତି ନୟନ କୁମାର ପାଢୀ, ଅରୁଣ କୁମାର ରାଉଳ, ସୁଶିଲ ପରିଡା, ଗୋପାଳ କୃଷ୍ଣ ପରିଡା, ଜ୍ୟୋତିନ୍ଦ୍ର ପରିଡା, ରତିକାନ୍ତ ସିଟ, ସୁଧାଂଶୁ ମହାପାତ୍ର, ବିନୋଦ ବିହାରୀ ଜେନା, ଲକ୍ଷ୍ମୀଧର ଭୂୟା, ଦୀନବଂଧୁ ସିଟ, ପୂର୍ଣ୍ଣଚନ୍ଦ୍ର ଜେନା, ରବିନ୍ଦ୍ର ପ୍ରଧାନ, ରବିଶଂକର ପରିଡା, ବିଶ୍ୱେଶ୍ୟର ପ୍ରମାଣିକ, ସତ୍ୟରଂଜନ ସେଠୀ, କାମିନୀ କାନ୍ତ ସେଠୀ, ଜଗନ୍ନାଥ ପ୍ରଧାନ, ସପନ ପାତ୍ର, ଜୟନ୍ତୀ ଜେନା, ସନ୍ତୋଷ ଦେ, ସାସ୍ୱତ ସେନ୍, ପ୍ରଦ୍ୟୋମ୍ନ ମହାପାତ୍ର, ପ୍ରଶାନ୍ତ ଜେନା, ଗୋପାଳ ଦତ୍ତ, ମଧୁସୂଦନ ଜେନା, ପ୍ରଦୀପ ମହାପାତ୍ର, ରାଧାଶ୍ୟାମ ଜେନା, କଳିପଦ ଦେ, ବିଶ୍ୱେଶ୍ୟର ଦାସ, ସୟନ ଦେ, ମମତା ଦାସ, ମମତା ପାତ୍ର, ସୀତାରାଣୀ ଦାସ, ରାମକୃଷ୍ଣ ଜେନା, ଘନଶ୍ୟାମ ଜେନା, ସୁଜୟ ପାତ୍ର, ଗୀତାରାଣୀ ଦେ, ଅନନ୍ଦ ଭୂୟାଁ, ବିଜୟ କୁମାର ପାତ୍ର, ଗୋପବନ୍ଧୁ ପାତ୍ର ପ୍ରମୁଖଙ୍କ ସହିତ ବହୁ ଚାଷୀ ଧାନ କିଣା ନ ହେବା ଯାଏ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି ଅଡି ବସିଥିଲେ । କିନ୍ତୁ ଦିନ ୨ଟାରେ ଜଳେଶ୍ୱର ଏମ୍ଆଇ ସାଗରିକା ରାଉତ ଘଟଣା ସ୍ଥଳରେ ପହଞ୍ଚି ଜ୍ୟୋଜିଜଙ୍ଗମ ସେବାସମବାୟ ସମିତିକୁ ଅନ୍ୟ ୧୪ଶହ କ୍ୟୁଣ୍ଟାଲ ଧାନ କିଣିବାକୁ ସୁବିଧା ଦିଆଯାଇଛି ଓ ଆସନ୍ତା ଦିନରେ ଧାନ କିଣା ସମୟ ଓ ଅଧିକ ଧାନ କିଣାଯିବାର ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନରୁ ଚାଷୀମାନେ ଉଠିଥିଲେ । ତୁରନ୍ତ ଧାନବିକ୍ରି ନ କରାଗଲେ କେତେକ ଚାଷୀ ଆତ୍ମହତ୍ୟା କରିବେ ବୋଲି ଧମକ୍ ମଧ୍ୟ ଦେଇଥିବା ଜଣାପଡିଛି ।
ରିପୋର୍ଟ : ଭୂପତି କୁମାର ପରିଡା