

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ଜାତୀୟ ରାଜପଥ ଏବେ ଦୈନଦିନ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ଆଜି ସନ୍ଧ୍ୟା ସମୟରେ ଏକ ଅଜଣା ଗାଡି ଧକ୍କାରେ ଛତ୍ରପୁର ନିକଟ କାଳି ଢାବା ଠାରେ ଟ୍ରକ ଧକ୍କାରେ ପୁରୁଣା ଛତ୍ରପୁର ଗ୍ରାମର ତପନ ସେଠୀ ମଟର ସାଇକଲ ନମ୍ବର or07y1620 ଯୋଗେ ଗଞ୍ଜାମରୁ ନିଜ ଘରକୁ ଫେରୁଥିବା ବେଳେ ଢାବା ନିକଟରେ ଏକ ଅଜଣା ଗାଡି ଧକ୍କାରେ ଗୁରୁତର ଅବସ୍ଥାରେ ପଡିଥିବା ବେଳେ ଦମକଳ ବାହିନୀ ଉଧାର କରି ଛତ୍ରପୁର ଡାକ୍ତର ଖାନା ଆଣିଥିଲେ । ସେଠାରେ ଅବସ୍ଥା ଅଧିକ ସଂକଟାପୁର୍ଣ୍ଣ ଥିବାରୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେହିପରି ଛତ୍ରପୁର ବ୍ଳକ ଓ ଏନଏସିର ବିଭିନ୍ନ ଛକ ସ୍ଥାନରେ ପୋଲିଶ ମୁତୟନ କରାଯାଇ ଟ୍ରାଫିକକୁ କଡାକଡି କରାଗଲେ ଦୁର୍ଘଟଣାକୁ ଏଡାଇ ଦିଆଯାଇପାରିବ ବୋଲି ଜନସାଧାରଣଙ୍କ ମତ ପ୍ରକାଶ ପାଇଛି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା