

ଗଞ୍ଜମ (ସମୃଦ୍ଧ ଓଡିଶା) ଗଞ୍ଜାମ ସହର ସ୍ଥିତ ଋଷିକୂଲ୍ୟା ବ୍ରିଜ ନିକଟ ଜାତୀୟ ରାଜ ପଥରେ ଏକ ମାଲବାହୀ ଟ୍ରକ ଧକ୍କାରେ ୨୦ରୁ ଅଧିକ ଛେଳି ଓ ମେଣ୍ଢା ମୃତ ଓ ବହୁ ଆହତ ହୋଇଥିବା ଜଣାପଡିଛି । ସୂଚନା ଯେ ବ୍ରହ୍ମପୁରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ ଆନ୍ଧ୍ର ଟ୍ରକ ଗଞ୍ଜାମ ସହର ସ୍ଥିତ ଋଷିକୂଲ୍ୟା ବ୍ରିଜ ନିକଟରେ ଛେଳି ଓ ମେଣ୍ଢା ପଲକୁ ଧକ୍କା ଦେଇଥିଲା । ଟ୍ରକ ଡ୍ରାଇଭର ଓ ହେଲ୍ପର ଫେରାର ହୋଇଯାଇଥିବା ବେଳେ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଉତ୍ୟକ୍ତ ଲୋକଙ୍କ ଜାତୀୟ ରାଜପଥ ଅବରୋଧ କରିଥିଲେ । ଏଥିଯୋଗୁଁ ଶହ ଶହ ଗାଡି ଜାତୀୟ ରାଜପଥରେ ଲମ୍ବା ଧାଡିରେ ରହିଥିଲା । ଗଞ୍ଜାମ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଉତ୍ୟକ୍ତ ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରିବା ପରେ ରାଜ ପଥ ଅବରୋଧରୁ ହଟିଥିଲେ ଗ୍ରାମବାସୀ । ଧକ୍କା ଦେଇଥିବା ଟ୍ରକଟି (AB05 T A 2889)କୁ ପୋଲିସ ଜବତ କରିଥିବା ଜଣାପଡିଛି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା
