
ଗତକାଲି ରାତ୍ର ୧୦ ବେଳେ ହିଲପାଟଣା ତୃତୀୟ ଲାଇନ୍ ଛକ ଠାରେ ସମ୍ପର୍କ ଟ୍ରାଭେଲ୍ସ ମାଲିକ ଓ କର୍ମଚାରୀଙ୍କୁ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ । ଏଥିରେ ଟ୍ରାଭେଲ୍ସ ମାଲିକ କୁମୁଦ ରଞ୍ଜନ ବ୍ରହ୍ମା, ଡ୍ରାଇଭର ସୁଦର୍ଶନ ଦାସ ଓ ହରିହରି ପାଣଗ୍ରାହୀ ଗୁରୁତର ଆହତ ହୋଇ ଚିକିତ୍ସା ନିମନ୍ତେ ଏମକେସିଜି ମେଡିକାଲରେ ଭର୍ତ୍ତି ହୋଇଥିଲେ । ଅନ୍ୟ ପଟେ ଖବର ପାଇଁ ଗୋଶାଣୀନୂଆଗାଁ ଥାନା ପୁଲିସ ଘଟଣା ସ୍ଥଳେ ପହଞ୍ଚି ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ହିଲପାଟଣା ଅଞ୍ଚଳର ମୁକେଶ ସାହୁଙ୍କ ସମେତ ୩ଜଣ ଯୁବକଙ୍କୁ ଗିରଫ କରିଥିବା ଜଣାପଡିଛି। ଏଥିରେ ସଂପୃକ୍ତ ଥିବା ଆଶିଷଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କୁ ଖୋଜୁଛି ପୁଲିସ । ଅଭିଯୁକ୍ତମାନେ ଟ୍ରଭେଲ୍ସ ସମ୍ମୁଖରେ ଥିବା ଗୋଟିଏ କାରର କାଞ୍ଚ ଭାଙ୍ଗିଥିଲେ। ଏହା ଦେଖି ସୁଦର୍ଶନ କାହିଁକି କାଞ୍ଚ ଭାଙ୍ଗୁଚ ବୋଲି ପଚାରିଥିଲେ। ପରେ ମୁକେଶ , ସୁଦର୍ଶନ ଓ ହରିହରଙ୍କ ମଧ୍ୟୟରେ କଥା କଟାକଟି ହୋଇଥିଲା। ଖବର ପାଇ ଟ୍ରଭେଲ୍ସ ମାଲିକ କୁମୁଦ ରଞ୍ଜନ ବ୍ରହ୍ମା ଘଟଣା ସ୍ଥଳେ ପହଞ୍ଚି ବୁଝାସୁଝା କରିବାକୁ ଉଦ୍ୟମ କରୁଥିବା ବେଳେ ଅଭିଯୁକ୍ତ ମୁକେଶ ଓ ଅନ୍ୟ ତା ସହଯୋଗୀମାନେ କୁମୁଦଙ୍କ ମୁହଁକୁ ଖଣ୍ଡାରେ ଆକ୍ରମଣ କରିଥିଲେ । ହିଲପାଟଣା ତୃତୀୟ ଲାଇନ୍ ଠାରେ ଅଭିଯୁକ୍ତମାନେ ଡ୍ରାଇଭର ସୁଦର୍ଶନ ଓ ହରିହରଙ୍କ ଗାଡ଼ି ଭଙ୍ଗାରୁଜା କରିଥିବା ଭିଡ଼ିଓ ଏବେ ଭାଇରାଲ ହୋଇଛି।
ରିପୋର୍ଟ୍:ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା


