

ହିଞ୍ଜିଳିକାଟୁ (ସମୃଦ୍ଧ ଓଡିଶା) ହିଞ୍ଜିଳି ବ୍ଳକର ଦାରୁଭଦ୍ରା ଗ୍ରାମ ପଞ୍ଚାୟତର ଦାରୁଭଦ୍ରା ଗାଁରେ ରଙ୍କ ଦାସ ନାମକ ଜନୈକ ଟ୍ରାକ୍ଟର ଡ୍ରାଇଭର ବିଲରେ ଟ୍ରାକ୍ଟର ଚଳାଉଥିବାବେଳେ କାଦୁଅରେ ଗାଡି ଲାଗିଯାଇ ଓଲଟି ପଡିବାରୁ ଟ୍ରାକ୍ଟର ତଳେ ଚାପି ହୋଇ ମୃତ୍ୟୁ ଘଟିଥିବା ଖବର ମିଳିଛି । ପ୍ରକାଶ ଯେ, ରବିବାର ସନ୍ଧ୍ୟାରେ ଦାରୁଭଦ୍ରା ଗ୍ରାମର ଏକ ବିଲରେ ହଳ କରିଥିଲେ । ଭାରସାମ୍ୟ ହରାଇବାରୁ ଟା୍ରକ୍ଟରଟି ଓଲଟି ପଡିଥିଲା । ଫଳରେ ସେ ଟ୍ରାକ୍ଟର ତଳେ ଚାପି ହୋଇ ଯାଇଥିଲେ । ସେଠାରେ ଥିବା ଲୋକେ ତାଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ଏନେଇ ବୈଦ୍ୟନାଥପୁର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁହୋଇ ସୋମବାର ମୃତଦେହ ବ୍ୟବଚ୍ଛେଦ ପରେ ପରିବାରଙ୍କୁ ହସ୍ତାନ୍ତର କରାଯାଇଥିବା ସୂଚନା ମିଳିଛି ।
ରିପୋର୍ଟ : ପ୍ରକାଶ ସ୍ୱାଇଁ