ଟ୍ରାଫିକ୍‌ରେ ମନ୍ତ୍ରୀଙ୍କ ସ୍ତ୍ରୀ ଫସିଯିବାରୁ ପୋଲିସକୁ କଲେ ତାଗିଦ

ବିଜୟୱାଡା(ସମୃଦ୍ଧଓଡିଶା)ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ମନ୍ତ୍ରୀଙ୍କ ପତ୍ନୀ ଯାଉଥିବା ବେଳେ ଟ୍ରାଫିକ ଯୋଗୁଁ ଅଧ ରାସ୍ତାରେ ଅଟକି ଯାଇଥିଲା ତାଙ୍କ ଗାଡି। ଟ୍ରାଫିକ୍‌ରେ ଫସି ଯାଇଥିଲେ ମନ୍ତ୍ରୀଙ୍କ ସ୍ତ୍ରୀ। ବାସ୍‌ ଏତିକିରେ ସେ ଚିହିଁକି ଉଠିଥିଲେ। ରାଗରେ ସେ ପୂରା ତମ୍‌ ତମ୍‌ ହୋଇଯାଇଥିଲେ। ଏହାପରେ ପୁଲିସ ଉପରେ ସେ ବର୍ଷିଛନ୍ତି। ଆନ୍ଧ୍ରପ୍ରଦେଶରେ ଦେଖିବାକୁ ମିଳିଛି ଏଭଳି ଏକ ଦୃଶ୍ୟ। ଆନ୍ଧ୍ରପ୍ରଦେଶର ଅନାମୟ ଜିଲ୍ଲା। ମନ୍ତ୍ରୀ ମଣ୍ଡିପାଲ୍ଲୀ ରାମପ୍ରସାଦ ରେଡ୍ଡୀଙ୍କ ପତ୍ନୀ ହରିଥା ରେଡ୍ଡୀ ସ୍ଥାନୀୟ ଏକ କାର୍ଯ୍ୟକ୍ରମକୁ ଯୋଗ ଦେବାକୁ ଯାଉଥିଲେ। ହେଲେ ଅଧରାସ୍ତାରେ ଟ୍ରାଫିକ୍‌ରେ ତାଙ୍କୁ ଅପେକ୍ଷା କରିବାକୁ ପଡିଥିଲା। ପୋଲିସ ସବ୍-ଇନ୍ସପେକ୍ଟରଙ୍କ ପାଇଁ  ହରିଥାଙ୍କୁ  ପ୍ରାୟ ୩୦ ମିନିଟ୍‌ ଅପେକ୍ଷା କରିବାକୁ ପଡ଼ିଥିଲା। ଏହାକୁ ନେଇ ସେ ରାଗି ଯାଇଥିଲେ। ପୋଲିସ ସବ୍‌ ଇନ୍ସପେକ୍ଟରଙ୍କୁ ସେ ତାଗିଦ କରିଥିଲେ। ତମ ପାଇଁ ସକାଳ ହୋଇନାହିଁ କି? ତୁମେ ଡ୍ୟୁଟି ଅସିଛ ନା ବାହାଘର ଭୋଜି ଖାଇବାକୁ ଆସିଛ? ତୁମ ପାଇଁ ମୁଁ ଅଧଘଣ୍ଟା ହେଲା ଅପେକ୍ଷା କରିଛି। ତୁମକୁ କିଏ ଦରମା ଦେଉଛି? ସରକାର ନା ୱାଇଏସ୍‌ଆର୍‌ସିପି? ବୋଲି ସେ ସବ୍‌ଇନ୍ସପେକ୍ଟରଙ୍କୁ ପ୍ରଶ୍ନ ପଚାରିଥିଲେ। ଏହି ପୂରା ଘଟଣାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।’ଭିଡିଓ ଶେଷରେ, ସବ୍-ଇନ୍ସପେକ୍ଟର ହରିଥା ରେଡ୍ଡୀଙ୍କୁ ଅଭିବାଦନ ଜଣାଇ ସାଲ୍ୟୁଟ୍‌ ମାରିଥିଲେ।