ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ସଂଧ୍ୟାରେ ଭଦ୍ରଖ-ଖଡଗପୁର ମେମୋ ଟ୍ରେନ ଯୋଗେ ଭିକ୍ଷାବୃତ୍ତି ସାରି ଫେରିୁଥିବା ଦମ୍ପତିଙ୍କ ମଧ୍ୟରୁ ବାସନ୍ତି ବିନ୍ଧାଣୀ (୫୬) ଖସିପଡି ଗୁରୁତର ଆହତ ହୋଇଛନ୍ତି । ବାସନ୍ତୀ ବିନ୍ଧାଣୀ ଓ ତାଙ୍କ ଅନ୍ଧ ସ୍ୱାମୀ କାହ୍ନୁ ବିନ୍ଧାଣୀ ସବୁଦିନ ପରି ଆଜି ମଧ୍ୟ ନିଜ ଗାଁ କଳମା ପଂଚାୟତର ଖୁଣ୍ଟା ଗ୍ରାମରୁ ରେଳ ଯୋଗେ ବାଲେଶ୍ୱର ଯାଇଥିଲେ । ଭିକ୍ଷାବୃତ୍ତି ସାରି ମେମୋ ଟ୍ରେନଯୋଗେ ଫେରୁଥିବା ବେଳେ ରାଜଘାଟ ଷ୍ଟେସନରେ ଓହ୍ଲାଇବା ବେଳେ ଖସିପଡିବାରୁ ତାଙ୍କ ଡାହାଣ ଗୋଡର ଅଙ୍ଗୁଳି ପଞ୍ଝା ଉପରେ ଟ୍ରେନଚକ ମାଡିଯିବାରୁ ସେ ଗୁରୁତର ଆହତ ହୋଇଛନ୍ତି । ସେଠାରେ କେତେକ ଯାତ୍ରୀଙ୍କ ସହାୟତାରେ ଜଳେଶ୍ୱର ଷ୍ଟେସକୁ ଅଣାଯାଇ ସେଠାରୁ ଜିକେ ଭଟ୍ଟର ହସ୍ପିଟାଲଉକୁ ପ୍ରାଥମିକ ଚିକିତ୍ସାପାଇଁ ପଠାଯାଇଥିଲା । ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବାଲେଶ୍ୱର ସ୍ଥାନାନ୍ତର କରାଯାଇଛି । ସେ ଅତ୍ୟନ୍ତ ଗରିବ ହୋଇଥିବାରୁ ସ୍ଥାନୀୟ ସାମ୍ବାଦିକ ଗୌରଗୋପାଳ ସେନ୍, କୃଷି ବୈଜ୍ଞାନୀକ ଡ. ରଂଜନ କୁମାର କର, ଆଇନ୍ଜୀବି ରାମଚନ୍ଦ୍ର ଜେନା ପ୍ରମୁଖ କେତେକ ଲୋକ ଆର୍ଥକ ସହାୟତା କରିଥିବା ବେଳେ କେତେକ ଦୁବୃର୍ତ୍ତ ତାଙ୍କ ଅନ୍ଧସ୍ୱାମୀଙ୍କ ଠାରୁ ବେଘଟିକୁ ଝାମ୍ବିନେଇଥିବା ସ୍ଥାନୀୟ ଅଂଚଳରେ ଆଲୋଚନା ବିଷୟ ହୋଇଛି ।
ରିପୋର୍ଟ : ଭୂପତି କୁମାର ପରିଡା