
ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ଷ୍ଟେସନଠାରୁ ଅନତିଦୂର ଶାନ୍ତିଆ ଲେବୁଲ କ୍ରସିଂ ନିକଟରେ ଜଣେ ମହିଳା ଟ୍ରେନ୍ରେ କଟି ମୃତ୍ୟୁବରଣ କରିଛନ୍ତି । ଆଜି ଅପରାହ୍ନରେ ମହିଳା ଜଣକ ଡାଉନ୍ ଲାଇନ୍ରେ ଆତ୍ମହତ୍ୟା କରିଥିବାର ସ୍ଥାନୀୟ ଲୋକେ ଅନୁମାନ କରୁଛନ୍ତି । ମହିଳା ଜଣକ ବୟସ ପ୍ରାୟ ୫୬ ବର୍ଷ ଅନୁମାନ କରାଯାଉଛି । ମହିଳା ଜଣକ ନିଳ ରଂଗର ଶାଢି ପିନ୍ଧିଥିଲାବେଳେ ତାଙ୍କ ନିକଟରେ ପାସ୍ବୁକ୍ ଓ ଏକ ଭେଣ୍ଟିବେଗ୍ ପଡିଥିବା ଜଣାଯାଇଛି । ଖବର ପାଇ ବାଲେଶ୍ୱର ଜିଆର୍ପି ପହଞ୍ଚିଛନ୍ତି ତଦନ୍ତ ଚଳାଇଛନ୍ତି । ଖବର ଲେଖା ହେବା ପର୍ଯ୍ୟନ୍ତ ମୃତ ମହିଳାଙ୍କର ପରିଚୟ ମିଳିପାରିନଥିବା ବେଳେ ତାଙ୍କ ଘର ଭୋଗରାଇ ଅଂଚଳର ବୋଲି ଅନୁମାନ କରାଯାଉଛି ।
ରିପୋର୍ଟ : ଭୂପତି କୁମାର ପରିଡା