ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଟ୍ୱିନ ସିଟିରେ ପ୍ରବଳ ବର୍ଷା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ । ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ୱେଲ ମାର୍କ ଲୋ-ପ୍ରେସରରେ ପରିଣତ ହୋଇଛି । ଯାହାର ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଜାରି ରହିଥିବାବେଳେ ଭୁବନେଶ୍ୱର ଓ କଟକରେ ପ୍ରବଳରୁ ପ୍ରବଳ ବର୍ଷା ହେବ । ୨୦ ରୁ ୩୦ ମିମି ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଅନ୍ୟପଟେ ଲଘୁଚାପ ପ୍ରଭାବରେ ଗତ ୨୪ ଘଣ୍ଟା ହେବ ଭୁବନେଶ୍ୱର ଓ କଟକର ବିଭିନ୍ନ ଅଞ୍ଚଳରେ ବର୍ଷା ଅବିରତ ଭାବେ ଜାରି ରହିଛି । ଲଗାଣ ବର୍ଷା ହେବାକୁ ଥିବାରୁ ତଳିଆ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ଉପୁଜିପାରେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।