

ଛତ୍ରପୁର (ସମୃଦ୍ଧ ଓଡିଶା) ସ୍ଥାନୀୟ ନୂଆପୋଲିସ ଲାଇନ୍ ସାହି ସ୍ଥିତ ବୀରେଶ୍ୱର ମନ୍ଦିର ରାସ୍ତା ପାର୍ଶ୍ୱରେ ଥିବା ସତ୍ସଙ୍ଗ ବିହାରରେ ଠାକୁର ଅନୁକୂଳଚନ୍ଦ୍ରଙ୍କର ମନ୍ଦିର ପ୍ରତିଷ୍ଠା ଅଷ୍ଟମ ବାର୍ଷିକ ସ୍ମୃତି ମହୋତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ନଗର ପରିକ୍ରମା କରି ସତ୍ସଙ୍ଗ ବିହାରରେ ପହଞ୍ଚିଥିଲା । ଏହି ସତ୍ସଙ୍ଗ ପରିଚାଳକ ଚିନାରୀ ଜୟପ୍ରକାଶ ପାତ୍ରଙ୍କ ପୈାରହିତ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଡ.ବିନାୟକ ମହାପାତ୍ର, ଶ୍ରୀଧର ସୁନ୍ଦର ମିଶ୍ର, ଡ. ହରପ୍ରସାଦ ସାହୁ ଓ ଡ.ଡମ୍ବୁରୁଧର ଦାଶ, ଵାଲାଜି ସାହୁ, ଫାରସେୟା ରାଓ, ବି. ଶ୍ରୀନିବାସ ଯୋଗଦେଇ ଦେଇ ଶ୍ରଦ୍ଧାଳୁମାନଙ୍କୁ ଯୁଗପୁରୁଷୋତ୍ତମ ପରମ ପ୍ରେମମୟ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ଭବ୍ୟ ଦିବ୍ୟାଦର୍ଶରେ ଅନୁପ୍ରାଣିତ ହୋଇ ନିଜମାନଙ୍କୁ ସଦା ଆନନ୍ଦ ରଖିବାକୁ ପରାମର୍ଶ ଦେଇଥିଲେ । ଏହା ସହ ସମାଜର ହିତ ପାଇଁ ସମସ୍ତେ ନିଜ ନିଜ ଶକ୍ତିମତେ କାର୍ଯ୍ୟ କରିବାକୁ କହିଥିଲେ । ସେହିପରି କାର୍ଯ୍ୟକ୍ରମରେ ଡାକ୍ତର ହିମାଂଶୁ ଚୌଧୂରୀ ଓ ଡାକ୍ତର ସୁଶାନ୍ତ ଦାଶ ଏବଂ ଭୁବନେଶ୍ୱର ଓ ବ୍ରହ୍ମପୁରର ୧୫ ଡାକ୍ତର ଉପସ୍ଥିତ ରହି ସ୍ୱାସ୍ଥ୍ୟ ସଚେତନା ବିଷୟରେ ଆଲୋଚନା କରିଥିଲେ । ୧୫୦ ଭକ୍ତ ଦିକ୍ଷା ଗ୍ରହଣ କରିଥିଲେ । ପ୍ରାରମ୍ଭରେ ଯୋଗଦେଇ ମହୋତ୍ସବକୁ ଉନ୍ମୋଚନ କରିଥିବା ବେଳେ ସମସ୍ତ କାର୍ଯ୍ୟକ୍ରମ ଇଂ ଆଶିଷ କୁମାର ସୁବୁଦ୍ଧିଙ୍କ ସଂଯୋଜନାରେ ପରିଚାଳିତ ହୋଇଥିଲା । ସୁରେଶ ମହାନ୍ତି, ରଘୁନାଥ ରେଡି ସହଯୋଗ କରିଥିଲେ । ଏଥିରେ ଛତ୍ରପୁର ଏବଂ ଗଞ୍ଜାମ ବ୍ଲକ ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆଠହଜାରରୁ ଉଦ୍ଧ୍ୱର୍ ଶ୍ରଦ୍ଧାଳୁ ଭକ୍ତ ସତ୍ସଙ୍ଗରେ ଯୋଗଦେଇ ପ୍ରସାଦ ସେବନ କରିଥିଲେ । ଛତ୍ରପୁର ସହରରେ ଏକ ଆଧାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ଆଜରି ଉକ୍ତ କାର୍ଯ୍ୟକ୍ରମରେ ବେଦମାଙ୍ଗଳିକ ଓ ନହବତ୍, ଉଷାକୀର୍ତ୍ତନ, ସମବେତ ବିନତୀ ପ୍ରାର୍ଥନା, ମାତୃ ସମ୍ମିଳନୀ ଓ ସମବେତ ବିନତୀ ପ୍ରାର୍ଥନା ହୋଇ ଶେଷ ହୋଇଥିଲା ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା






