ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ଅନ୍ତର୍ଗତ ଓଳିନ୍ଦାଠାରେ ଶ୍ରୀ ନିଗମାନନ୍ଦ ଆଶ୍ରମରେ ସଦଗୁରୁ ଶ୍ରୀ୧୦୮ ସ୍ୱାମୀ ନିଗମାନନ୍ଦ ପରମହଂସଦେବଙ୍କ ୮୪ତମ ମହାସମାଧି ଗ୍ରହଣ ଦିବସ ପାଳିତ ହୋଇଯାଇଛି । ଓଡିଶା, ପଶ୍ଚିମବଂଗର ହଜାର ହଜାର ଭକ୍ତଙ୍କ ଗହଣରେ ପ୍ରାତଃକାଳୀନ ପ୍ରଭାତୀ କିର୍ତ୍ତନ, ସଂଗୀତାଞ୍ଜଳି, ଷୋଡସଉପଚାର ପୂଜା, ଆରତୀ, ସ୍ତୁତ୍ର ବନ୍ଦନା ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ବିଭାଗୀୟ ସଦସ୍ୟ ବିଜୟ କୁମାର ନନ୍ଦଙ୍କ ପ୍ରତିନିଧି ସଭାପତିତ୍ୱରେ ଶ୍ରୀଶ୍ରୀ ନିଗମାନନ୍ଦନ ଦେବଙ୍କ ସ୍ମୃତି ସଭା ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ଜଗତ୍ ଚୈତନ୍ୟ ବ୍ରହ୍ମଚାରୀ, ବ୍ରହ୍ମ ଚେଅତନ୍ୟ ବ୍ରହ୍ମଚାରୀ, ନିର୍ବିକାରାନନ୍ଦ ବ୍ରହ୍ମଚାରୀ, ପୂର୍ବତନ ଅଧ୍ୟକ୍ଷ ବିଜୟ କୁମାର ମିଶ୍ର, ହରେକୃଷ୍ଣ ଜେନା ନଳିନୀ ବଲ୍ଲଭ ସାହୁ, ରାଧାକୃଷ୍ଣ ସାହୁ, ଶାନ୍ତିଲାତା ପଣ୍ଡା ପ୍ରମୁଖ ସ୍ତୃତି ଶ୍ରଦ୍ଧାଞ୍ଜଳୀରେ ନଳିନୀକାନ୍ତ କିପରି ନିଗମାନନ୍ଦ ପରମହଂସଦେବରେ ପ୍ରତିଷ୍ଠିତ ହେଲେ ଏବଂ ସାଧାଂସୁ ବାଳାଙ୍କୁ ଖୋଜିବାକୁ ଯାଇ ଶ୍ରେଷ୍ଠ ମାତୃତ୍ୱଲାଭ କଲେ ସେ ସପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କୁଞ୍ଜଲତା ଦାସ, ଜୟନ୍ତୀ ସାହୁ, ହାରାଧନ ପଣ୍ଡା, ସାବିତ୍ରୀ ଜେନା, ବିଶ୍ୱଜିତ୍ ଦେ, ଗଣେଶ ଚନ୍ଦ୍ର ମହାନ୍ତି, କଳୀଚରଣ ପାଳ ପ୍ରଭୃତି ସ୍ୱରଚିତ ଭଜନ ପରିବେଷଣ କରିଥିଲେ । ବିଜୟ ଖଟୁଆ, ବାଣିପୀଠ ଓ ସନ୍ତୋ କୁମାର ଚକ୍ରବର୍ତ୍ତୀ ବୈଦିକ ମଂଗଳାଚରଣ, ନିଶିକାନ୍ତ ଖଟୁଆ, ବ୍ରଜବଲ୍ଲଭ ସାହୁ, ନଳିନୀ ସେଠୀ, ଗୋପିବଲ୍ଲଭ ସାହୁ, ପଦ୍ମଲୋଚନ ବାରିକ, ଷଷ୍ଠୀ ନନ୍ଦ, ଗୁରୁପ୍ରସାଦ ଦାସ, ବସନ୍ତ ପ୍ରଧାନ ଓ ଅଧ୍ୟକ୍ଷ ବାସୁଦେବ ନନ୍ଦ ସରସ୍ୱତୀ ଉତ୍ସବ ପରିଚାଳନା କରିଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା