ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଓଡିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ ପକ୍ଷରୁ ବରୀର ବିଧାୟିକା ସୁନନ୍ଦା ଦାସଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ସେଥିରେ ବିଧାନସଭାରେ ଠିକା/ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ପାଇଁ ବିଧାନସଭାରେ ପ୍ରସ୍ତାବ ଆଗତ କରିବା ପାଇଁ ଦାବୀ କରାଯାଇଛି । ଏଥିରେ ଚୁକ୍ତିଭିତ୍ତକି କର୍ମଚାରୀ ମହାସଂଘର ସଭାପତି ବିଜୟ ମଲ୍ଲଙ୍କ ନେତୃତ୍ୱରେ ବରୀ ପ୍ରତିନିଧି ଅନିଲ ସୁନ୍ଦର ଦାସ, ମଧୁସ୍ମିତା ସେଠୀ ଓ ଅନ୍ୟ ଠିକା କର୍ମଚାରୀମାନେ ଯୋଗ ଦେଇଥିଲେ । ଏହା ପୂର୍ବରୁ ସରକାରୀ କର୍ମଚାରୀଙ୍କ ପୋଷ୍ଟକାର୍ଡ ଅଭିଯାେନରେ ରାଜ୍ୟର ହଜାର ହଜାର ଠିକା କର୍ମଚାରୀମାନେ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଥିଲେ । ଦୀର୍ଘ ବର୍ଷ ହେଲା ଅବହେଳିତ ଅବସ୍ଥାରେ ବିଭିନ୍ନ ସରକାରୀ ଦପ୍ତରରେ ଏହି କର୍ମଚାରୀ ମାନେ କାର୍ଯ୍ୟ କରୁଛନ୍ତି । ମାସକୁ ମାତ୍ର ଆଠ ହଜାର ଦରମାରେ ହଜାର ହଜାର କର୍ମଚାରୀ ନିଷ୍ଠାର ସହ କାମ କରି ଆସୁଛନ୍ତି । ଯାହା ସାଧାରଣ ଦିନ ମଜୁରିଆର ରୋଜଗାର ଠାରୁ ବି କମ୍ । ଏଭଳି ଅନ୍ୟାୟ ବିରୋଧରେ ଗଣତାନ୍ତ୍ରିକ ଉପାୟରେ ବର୍ଷ ବର୍ଷ ଧରି ପ୍ରତିବାଦ ହୋଇ ଆସୁଛି । ସରକାର ବି ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ଦେଇ ଆସୁଛନ୍ତି କିନ୍ତୁ କୌଣସି କାର୍ଯ୍ୟକାରୀ କରାଯାଉ ନାହିଁ । ତେଣୁ ଏକ ଅଭିନବ ଉପରେ ନିଜର ଦାବୀକୁ ସରକାରଙ୍କ ପାଖରେ ରଖିବାକୁ ଠିକା କର୍ମଚାରୀମାନେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସାଶନ ସଚିବଙ୍କ ଠିକଣାରେ ଚିଠି ଲେଖି ଜଣାଇଛନ୍ତି । ଅନ୍ୟାୟର ଶିକାର ହୋଇଥିବା ସରକାରୀ ଶିକ୍ଷକମାନେ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି । ଓଡିଶାରୁ ଠିକା ପ୍ରଥା ଉଚ୍ଛେଦ କରାଯାଇ ସର୍ବୋଚ୍ଚ ଅଦାଲତଙ୍କ ଦ୍ୱାରା ପ୍ରଚଳିତ “ସମାନ କାମକୁ ସମାନ ଦରମା ପ୍ରଦାନ” କରାଯିବ ବୋଲି ଆଶା ରଖିଛନ୍ତି ଏହି ସଂଘ । ଏହା ସତ୍ତ୍ୱେ ଯଦି ସରକାର ସରକାରୀ କର୍ମଚାରୀଙ୍କ ଆଗାମୀ ବିଧାନସଭାରେ ଅଧିବେଶନ ମଧ୍ୟରେ ଯଦି ସରକାର ଦାବୀକୁ ପୁରଣ ନ କରନ୍ତି ତେବେ ବାଧ୍ୟ ହୋଇ ମହାସଂଘ ଅବିନଭ ଉପାୟରେ ଆନ୍ଦୋଳନକୁ ବ୍ୟାପକ କରିବ ବୋଲି ସଂଘର ସମ୍ପାଦକ କ୍ଷିତୀଶ ପଣ୍ଡା, ଉପଦେଷ୍ଠା ପ୍ରଭାତ ମହାନ୍ତି ଓ କିଷାନ ବରାଇ ଚେତାବନୀ ଦେଇଛନ୍ତି ।
ରିପୋର୍ଟ : ବିଜୟ ମଲ୍ଲ
Sira chandra sekhar nayak.s/o .lat haripada nayak. At .Mahesh pur.po .sultan pur.via.dahurda,dist.balasore,pin 756036