
ଗଞ୍ଜାମ (ସମୃଦ୍ଧ ଓଡିଶା) ଗତ ୩ ତାରିଖରେ ଗଞ୍ଜାମ ବ୍ଲକ ଅଞ୍ଚଳରେ ଫନି ବାତ୍ୟାର ପ୍ରଭାବକୁ ଦୃଷ୍ଟିରେ ରଖି ବିଭିନ୍ନ ଅଞ୍ଚଳର ଲୋକଙ୍କୁ ସୁରକ୍ଷୀତ ସ୍ଥାନକୁ ନିଆଯାଇଥିଲା । କିନ୍ତୁ ସେଥିମଧ୍ୟରେ କେତେକ ଅଞ୍ଚଳର ଲୋକଙ୍କୁ ଠିକ ଭାବେ ରନ୍ଧା ଖାଦ୍ୟ ଦିଆଯାଇନଥିବା ବିଜେପି ପକ୍ଷରୁ ଅଭିଯୋଗ ହୋଇଛି । ରାମଗଡ଼ ପଞ୍ଚାୟତର ଡାଳଖାଇ, ଓଡିଆରପି କଲୋନୀ କମ୍ୟୁନିଟି ସେଣ୍ଟରରେ ରନ୍ଧାଖାଦ୍ୟ ଦିଆଯାଇନଥିବା ଲୋକେ ଅଭିଯୋଗ କରିଛନ୍ତି ବୋଲି ଏକ ପ୍ରେସବିଜ୍ଞପ୍ତିରେ ଦଳ ପକ୍ଷରୁ କୁହାଯାଇଛି । ଏନେଇ ବ୍ଲକ ପ୍ରଶାସନ ଅଧିକାରୀ ଓ ସ୍ଥାନୀୟ ଜନ ପ୍ରତିନିଧିଙ୍କୁ ସୂଚନା ଦେଇଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିଲା । ଏହି ଅସୁବିଧାକୁ ଉପଲବ୍ଧ କରି ସେଠାରେ ବିଜେପି ପ୍ରତିନିଧି ଦଳ ପକ୍ଷରୁ ରନ୍ଧାଖାଦ୍ୟ ଦିଆଯାଇଥିଲା । ରାମଗଡ଼ ପଞ୍ଚାୟତର ବିଭିନ୍ନ ଅଞ୍ଚଳରେ ଠିକ ଭାବେ ରନ୍ଧା ଖାଦ୍ୟ ଦିଆଯାଇନଥିବା ଅଭିଯାଗ ହୋଇଛି । ଏହି ପ୍ରତିନିଧି ଦଳରେ ବିଜେପି ନେତା ପ୍ରଶାନ୍ତ କର, ଗଞ୍ଜାମ ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ ନାୟକ, ୨୦ନଂ ଜୋନ ମଣ୍ଡଳ ପଦ୍ମଲୋଚନ ସାହୁ, ଛତ୍ରପୁର ଏନଏସି ବିଜେପି ମଣ୍ଡଳ ସଭାପତି ବସନ୍ତ ବେହେରା, ବିଜେପି ଯୁବମୋର୍ଚ୍ଚା ଉପସଭାପତି ରଘୁ ରେଡ୍ଡୀ, ଗଞ୍ଜାମ ଏନଏସି ନଗର ସଭାପତି କାନ୍ତାରି ଦଳାଇ ପ୍ରମୁଖ ଅଭିଯୋଗ କରିଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା