ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଣେ ଶଲ୍ୟ ବିଶାରଦ ତଥା ରୋଟାରିଆନ୍ ସ୍ୱର୍ଗତ ଡଃ ହରିଶ୍ଚନ୍ଦ୍ର ଜେନାଙ୍କ ଦ୍ୱାଦଶ ଶ୍ରଦ୍ଧବାର୍ଷିକୀ ତାଙ୍କ ଜନ୍ମ ମାଟି ତାଙ୍କ ଜନ୍ମମାଟି ଗୋପୀମୋହନପୁର ପଂଚାୟତର କଲ୍ୟାଣପୁର ଗାଁଠାରେ ଅନୁଷ୍ଠିତ ହୋଇ ଯାଇଛି । ବିଶିଷ୍ଟ ସମାଜସେବୀ ସ୍ୱର୍ଗତ ଜେନାଙ୍କ ଶ୍ରାଦ୍ଧବାର୍ଷିକୀରେ ବାଲେଶ୍ୱର ରୋଟାରୀ କ୍ଲବ ଅନୁକୂଲ୍ୟରେ ତାଙ୍କର ସ୍ମୃତିଚାରଣ ସଭା ଅନୁଷ୍ଠିତ ହେବା ସହିତ ଏକ ମାଗଣା ମୋତିଆବିନ୍ଦୁ ଚକ୍ଷୁ ଚିକିତ୍ସା ଓ ଅସ୍ତ୍ରପୋଚାର ଶିବିର ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ୧୩୫ଜଣଙ୍କର ମୋତିଆବିନ୍ଦୂ ଚିହ୍ନଟ ଓ ଚିକିତ୍ସା ଏବଂ ୧୫ଜଣଙ୍କର ମୋତିଆବିନ୍ଦୁ ଅପରେସନ୍ େହେବାପାଇଁ ଚିହ୍ନଟ କରାଯାଇଛି । ତାଙ୍କ ପୁତୁରା ଲକ୍ଷ୍ମିନାରାୟଣ ଜେନା, ଝିଅ ଅନିମା ସାମଲଙ୍କ ସହିତ କଲ୍ୟାଣପୁୂର ଗାଁର ଗ୍ରାମ୍ୟମୁଖ୍ୟ ଜନାର୍ଦ୍ଦନ ଦାସ, ହରିବାସ ଦାସ, ବିଜୟ କୁମାର ଜେନା, ପିତାମ୍ବର ଜେନା, କାର୍ତ୍ତିକ ଜେନା, ବନବିହାରୀ ଜେନା, ଦୁର୍ଗାପଦ ଜେନା, ପଦ୍ମଲାଭ ପ୍ରଧାନ ଓ ଗ୍ରାମର ଯୁବ ସଂଗଠନର ସଦସ୍ୟ ମାନେ ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ । ବାଲେଶଜବର ରୋଟାରୀ କ୍ଲବ ଏହି ଚକ୍ଷୁ ଚିକିତ୍ସା ଓ ଅସ୍ତ୍ରପୋଚାର ବ୍ୟବସ୍ଥା ହୋଇଥିଲା । ରୋଟାରୀ କ୍ଲବ ବାଲେଶ୍ୱରର ସଭାପତି କର୍ନେଲ ବିଦ୍ୟାଧର ସିଂ, କଲ୍ୟାଣ କୁମାର ଚନ୍ଦ, ଦେବେନ୍ଦ୍ର କୁମାର ରାଉତ, ଅଂକିତା କର, ବାସୁମତୀ ଲାକ୍ରା, ଧନଞ୍ଜୟ ବାରିକ, ପ୍ରଶାନ୍ତ ପଣ୍ଡା ଏହି କାର୍ଯ୍ୟରେ ସହାୟତା କରିଥିଲେ । ପ୍ରାରମ୍ଭରେ ସ୍ୱର୍ଗତ ଡାକ୍ତର ଶ୍ରୀ ଜେନାଙ୍କର ପ୍ରତିମୂର୍ତ୍ତୀକୁ ଗ୍ରାମମୁଖ୍ୟ ଜନାର୍ଦ୍ଦନ ଦାସ ମାଲ୍ୟାର୍ପଣ କରିଥିଲେ । ବିଶିଷ୍ଷଯ ଶିକ୍ଷକ ନେତା ତଥା କଲ୍ୟାଣପୁର ଗାଁର ଅନ୍ୟତମ ସଂଚାଳକ ମନୋରଂଜନ ଦାସ ଏପରି କାର୍ଯ୍ୟକ୍ରମ ପାଇଁ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା