ବ୍ରହ୍ମପୁର (ସମୃଦ୍ଧ ଓଡିଶା) ତାମିଲନାଡୁ ରାଜ୍ୟର ମଦୁରାଇ ମେଡିକାଲ କଲେଜ ଅନୁକୁଲ୍ୟରେ କୋଡ଼ାଇକେନାଲ ସହରର କାର୍ଲଟେନ ହୋଟେଲରେ ୪୩ତମ ଜାତୀୟ ଯୌନ ରୋଗ ଓ ଏଡ଼ସ ବିଶେଷଜ୍ଞ ସଂଘର ବାର୍ଷିକ ସମ୍ମିଳନୀ ଅକ୍ଟୋବର ୧୧ରେ ଉଦଘାଟିତ ହୋଇ ଅକ୍ଟୋବର ୧୩ରେ ଉଦଯାପିତ ହୋଇଯାଇଛି । ଏହି ସମ୍ମିଳନୀରେ ଏମକେସିଜି ମେଡିକାଲ କଲେଜର ଯୁବ ପ୍ରଫେସର ଡକ୍ଟର ସତ୍ୟଦର୍ଶୀ ପଟ୍ଟନାୟକ(ଚର୍ମ ଓ ଯୌନ ରୋଗ ବିଭାଗ)ଙ୍କୁ ସମ୍ମାନଜନକ ଡକ୍ଟର ଏମ.ଏ.ହ୍ୱାଲି ଓରେସନ ଉପାଧି ଦେବା ସହ ନିଜର ବକ୍ତବ୍ୟ ରଖିବାକୁ ଦିଆଯାଇଥିବା ବେଳେ ସାର୍ଟିଫିକେଟ ଓ ଉପଢୌକନ ଦିଆଯାଇ ବିଶେଷ ଭାବରେ ସମ୍ମାନିତ କରାଯାଇଥିଲା । ପରେ ଡକ୍ଟର ପଟ୍ଟନାୟକଙ୍କୁ ସର୍ବ ସମ୍ମତି କ୍ରମେ ସଂଘର ସଭାପତି ଘୋଷଣା କରାଯାଇଥିଲା । ଏହି ପଦ ପାଇବାରେ ଡକ୍ଟର ପଟ୍ଟନାୟକ ଚର୍ମ ଓ ଯୌନ ରୋଗ ବିଭାଗରୁ ରାଜ୍ୟର ପ୍ରଥମ ଡକ୍ଟର ଅଟନ୍ତି । ତାଙ୍କର ଏହି ସଫଳତାରେ ଡକ୍ଟର ସଂଘ ତରଫରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି ।
ରିପୋର୍ଟ : ଦକ୍ଷିଣାଂଚଳ ବ୍ୟୁରୋ ଚିଫ ନିମାଇଁ ଚରଣ ପଣ୍ଡା