ଭଞ୍ଜନଗର (ସମୃଦ୍ଧ ଓଡିଶା) ୱାର୍ଲଡ ହ୍ୟୁମାନ ରାଇଟସ ପ୍ରୋଟେକ୍ସନ ଅନୁଷ୍ଠାନ (ଡବ୍ଲୁଏଚଆରର୍ପିଓ) ପକ୍ଷରୁ ଚୀନ ସେନାର ଅତର୍କିତ ଆକ୍ରମଣର ମୁକାବିଲା ସମୟରେ 20 ଭାରତୀୟ ସୈନ୍ୟ ଶହୀଦ ହୋଇଥିଲେ । ଏଥିରେ ଓଡିଶାର ୨ ଯବାନ ମଧ୍ୟ ଶହୀଦ ହୋଇଛନ୍ତି.ଏହି ପରିପେକ୍ଷୀରେ ଶହୀଦ ଯବାନଙ୍କ ଉଦେଶ୍ୟରେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଡବ୍ଲୁଏଚଆରପିଓ ଏବଂ ବଦାଙ୍ଗି ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ଅନୁଷ୍ଠିତ ହୋଇଥିଲା । କ୍ୟାଣ୍ଡେଲ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିଥିଲା । ଚୀନ ସୈନ୍ୟର ଦୋମୁହାଁ ନୀତି ମୁକାବିଲା ନିମନ୍ତେ ପ୍ରତ୍ୟେକ ନାଗରିକ ଚାଇନା ବସ୍ତୁ ପ୍ରତ୍ୟାହାର ନିମନ୍ତେ ସଂକଳ୍ପ ଗ୍ରହଣ କରିବାକୁ ଆୟୋଜିତ କାର୍ଯ୍ୟକ୍ରମରେ ଆହ୍ୱାନ ଦିଆଯାଇଥିଲା । ସେହିଭଳି ଉପସ୍ଥିତ ଗ୍ରାମର ଯୁବପିଢ଼ି ଚୀନ ସାମଗ୍ରୀ ବର୍ଜନ ନିମନ୍ତେ ଶପଥ ଗ୍ରହଣ କରିଥିଲେ । ଏଥିରେ ଡବ୍ଲୁଏଚଆରପିଓ ଦକ୍ଷିଣ ଓଡିଶା ସଂଯୋଜକ ସତ୍ୟନାରାୟଣ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ପୂର୍ଣ୍ଣଚନ୍ଦ୍ର ସାହୁ, ଅଜିତ ଖାଡଙ୍ଗା, ସଞ୍ଜୟ ବେହେରା, ମନୋରଞ୍ଜନ ସାହୁ, ବୁଲୁ ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ ।
ରିପୋର୍ଟ – ନିଲୁ ବିଷୋୟୀ