ଡବ୍ଲୁ ଏସଏଚଜି ଗ୍ରୁପ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ୧୦,୦୦୦ ଟଙ୍କା ପ୍ରଦାନ…

ଭଞ୍ଜନଗର (ସମୃଦ୍ଧ ଓଡିଶା) କୋରନା ମୁକାବିଲାକୁ ନେଇ ସରକାରଙ୍କ ପକ୍ଷରୁ ସାରା ଦେଶରେ ଲକ୍ ଡାଉନ ଘୋଷଣା କରାଯାଇଛି । ଜନସାଧାରଣ ମଧ୍ୟ ସଚେତନ ହୋଇ ସରକାରଙ୍କୁ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି । ଫଳରେ ଏଭଳି ପରିସ୍ଥିତିରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସାହାଯ୍ୟ କରିବାକୁ ଯାଇ ଦେଶର ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବହୁ ବଦାନ୍ୟ ବ୍ୟକ୍ତି, ଶିଳ୍ପ ସଂସ୍ଥା, ସରକାରୀ କର୍ମଚାରୀ ଓ ବିଭିନ୍ନ ସଂଘଠନ ସହାୟତାର ହାତ ବଢ଼ାଇ ଚାଲିଛନ୍ତି । ଏହି ମହତ କାର୍ଯ୍ୟରେ ଭଞ୍ଜନଗର ବ୍ଲକ ଅନ୍ତର୍ଗତ ବ୍ରାହ୍ମଣପଦର ଗ୍ରାମର ମା ଘଟତାରିଣୀ ଡବ୍ଲୁ ଏସଏଚଜି ଗ୍ରୁପ (ଧାନ ମଣ୍ଡି ଗ୍ରୁପ) ଆଜି ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ୧୦,୦୦୦ ଟଙ୍କାର ଅର୍ଥ ରାଶି ଡ୍ରାଫଟ ମାଧ୍ୟମରେ ଭଞ୍ଜନଗର ବିଡ଼ିଓ ଅନିଲ କୁମାର ସେଠୀଙ୍କ ଜରିଆରେ ପ୍ରଦାନ କରିଛନ୍ତି । କରୋନା ଭଳି ବିପତ୍ତି ସମୟରେ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଅର୍ଥ ସହାୟତା କରି ସହଯୋଗର ହାତ ବଢ଼ାଇ ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି ଏହି ଗ୍ରାମବାସୀ । ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

ରିପୋର୍ଟ – ନିଲୁ ବିଷୋୟୀ