
ଭୁବନେଶ୍ୱର (ସମୃଦ୍ଧ ଓଡିଶା) କେବେ ବି ପରାଜୟ ସ୍ୱୀକାର କରି ନ ଥିବା ପୂର୍ବତନ ସଂସଦ ପ୍ରସନ୍ନ କୁମାର ପାଟ୍ଟଶାଣୀ ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ହେବେ ବୋଲି ରାଜଧାନୀରେ ଆଲୋଚନା ସରଗରମ ହେବାରେ ଲାଗିଛି ।ଅବଶ୍ୟ ସେ ଜଣେ ରାଜ୍ୟର ଉଚ୍ଚ କୋଟିର ସାହିତ୍ୟିକ ତେଣୁ ତାଙ୍କୁ ଓଡିଶା ସାହିତ୍ୟ ଏକାଡେମୀ ଭଳି ଅନୁଷ୍ଠାନର ସଭାପତି କଲେ ବିଶେଷ ଭାବରେ ଭଲ ହେବ ବୋଲି ମଧ୍ୟ ଆଲୋଚନା ହେଉଛି । ଗତ ନିର୍ବାଚନରେ ବିଜେଡି ସୁପ୍ରିମୋ ତାଙ୍କୁ ଟିକେଟ ନ ଦେଇ ରାଜ୍ୟସଭାକୁ ପଠାଇବା ନିମନ୍ତେ ଯେଉଁ ଲାଳସା ଦେଖାଇଥିଲେ ତାହା ଏଯାଏଁ ପୁରଣ ହେଲା ନାହିଁ । ତେଣୁ ଏକାଡେମୀର ସଭାପତି ଚୟନ ନେଇ କିଛି ଦିନ ହେଲା ଗଣମାଧ୍ୟମରେ ଖୁବ ଚର୍ଚ୍ଚା ହୋଇ ଆସୁଥିଲା । ଏହି ଚର୍ଚ୍ଚାକୁ ନିରବ କରାଇବା ଲାଗି ସରକାର ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀଙ୍କୁ ଏକାଡେମୀର ସଭାପତି ପଦରେ ବସାଇବା ପାଇଁ ବିଚାର କରୁଥିବା ଶୁଣିବାକୁ ମିଳୁଛି । ଆଗରୁ ସଭାପତି ବାଛିବା ଲାଗି ଯେଉଁ ସର୍ଚ୍ଚ କମିଟି ହୋଇଥିଲା ତାହା ଚାରି ଜଣଙ୍କ ନାମ ଦେଇଥିଲା । ତେବେ ସେଥିରେ ସଂସ୍କୃତି ମନ୍ତ୍ରୀଙ୍କ ପ୍ରତିନିଧି ଜିଦ୍ କରି ଜନୈକ ଅବସରପ୍ରାପ୍ତ ପ୍ରଶାସକଙ୍କ ନାମ ଭର୍ତ୍ତି କରି ଥିବାରୁ ସେହି ତାଲିକାଟି ସାହିତ୍ୟ ମହଲରେ ତଥା ତୃତୀୟ ମହଲାରେ ତୀବ୍ର ସମାଲୋଚନା ହୋଇଥିଲା । ଏଣେ ବାବା ପ୍ରସନ୍ନ ପାଟ୍ଟଶାଣୀଙ୍କୁ ଏମପି ଟିକେଟ୍ ନ ଦେବା ସମୟରେ, ତାଙ୍କର ଥଇଥାନ ଲାଗି ଉପରରୁ ପ୍ରତିଶ୍ରୁତି ଦିଆଯାଇଥିବା କଥା ମଧ୍ୟ ଚର୍ଚ୍ଚାକୁ ଆସିଛି । ସେ ଜଣେ କବି ହୋଇଥିବାରୁ ତାଙ୍କୁ ଏକାଡ଼େମୀର ସଭାପତି ପଦରେ ବସାଇବା କଥା ସ୍ଥିର କରାଯାଇଛି ।
Sir nku Mo Tarafaru Swagata