ଡ଼ିଆଇଜି ଅଫିସ୍ ଘେରାଉ କରି ନ୍ୟାୟ ଦାବି କଲେ ପରିବାର ଲୋକ…

ଦିଗପହଣ୍ଡି (ସମୃଦ୍ଧ ଓଡିଶା) ଡ଼ିଆଇଜି ଅଫିସ୍ ଘେରାଉ କରି ନ୍ୟାୟ ଦାବି କଲେ ପରିବାର ଲୋକ l ସୂଚନା ଯୋଗ୍ୟ ଯେ, ଦିଗପହଣ୍ଡି ଥାନା ଅନ୍ତର୍ଗତ ନୃସିଂହପୁର ଗ୍ରାମର ନାରାୟଣ ନାୟକଙ୍କ ଝିଅ ବାହାଘର, ୨୦୧୬ ମସିହାରେ ଗଜପତି ଜିଲ୍ଲା ମୋହନା ଅଞ୍ଚଳର କୈଳାଶ ବେହେରାଙ୍କ ପୁଅ ମଧୁସୂଦନ ବେହେରାଙ୍କ ସହ ବିବାହ ହୋଇଥିଲା l ଯୌତୁକ ଜନିତ ନିର୍ଯ୍ୟତନା ଭିତରେ ଦୁଇଟି ସନ୍ତାନ ଜନ୍ମ କରିଥିଲେ ମାନିନୀ । ଚଳିତ ମାସ ୧୩ ତାରିଖରେ ମାନିନୀଙ୍କ ଗୋଡ ହାତ ବାନ୍ଧି, ପାଟିରେ କନା ଦେଇ କିରୋଶିନ, ଡିଜେଲ ସାହାଯ୍ୟରେ ଜିଅନ୍ତା ପୋଡ଼ି ମାରିବା ଦେବା ପାଇଁ ଉଦ୍ୟମ କରିଥିଲେ l ଅର୍ଦ୍ଧ ଦଗ୍ଧ ଅବସ୍ଥାରେ ମେଡିକାଲରେ ଭର୍ତି କରାଯାଇଥିଲା ସେଠାରେ ତାଙ୍କର ଅବସ୍ଥା ଗୁରୁତ୍ଵର ହେବାରୁ ତାକୁ ଭୁବନେଶ୍ବର ସମ ହସ୍ପିଟାଲ ନେବା ବେଳେ ଅଧା ବାଟରେ ମାନିନୀଙ୍କ ମୃତ୍ୟୁ ଘଟିଥିଲା l ଏହି ଘଟଣା ବିଷୟରେ ମୋହନା ଥାନାରେ ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନ ଥିବା କହିଛନ୍ତି ମାନିନୀଙ୍କ ଭଉଣୀ l ତେଣୁ ତୁରନ୍ତ ନ୍ୟାୟ ପ୍ରଦାନ ଦାବିରେ ଆଜି ଶତାଧିକ ମହିଳା ବ୍ରହ୍ମପୁର ଡିଆଇଜିଙ୍କ କାର୍ଯ୍ୟାଳୟ ଘେରାଉ କରି ଏକ୍ ସ୍ମାରକ ପତ୍ର ଡିଆଇଜିଙ୍କୁ ପ୍ରଦାନ କରିଥିବା ଜଣାପଡିଛି l