

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ରିକାପଲ୍ଲୀ ଦେବୀ ନଗର ପ୍ରଥମ ଲାଇନ ସ୍ଥିତ ଡ଼ିଏଭି ପବ୍ଲିକ ସ୍କୁଲ ପରିସରରେ ଗତ ୬ ତାରିଖ ଦିନ ବନ ମହୋତ୍ସବ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଗଞ୍ଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଅମୀୟ କୁମାର ସାହୁ, ଉପସ୍ଥିତ ରହି ବିଦ୍ୟାଳୟ ପ୍ରାଙ୍ଗଣରେ ବିଭିନ୍ନ ପ୍ରକାର ଚାରା ରୋପଣ କରିଥିଲେ । ଏହାସହ ଏଥିରେ ବିଦ୍ୟାଳୟ ଅକ୍ଷ ଦୁର୍ଗା ପ୍ରସାଦ ସାହୁ, ସବସ୍ୟ ଶ୍ରୀନିଦାସ ରାଓ, ସେଶୁ ରେଢ଼ୀ ଏବଂ ଅଭିଭାବକବୃନ୍ଦ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଡି.ଏ.ଭି ପକ୍ଲିକ ସ୍କୁଲ, ବ୍ରହ୍ମପୁରର ଅଧକ୍ଷା ଶ୍ରୀମତୀ ଧାରାଶ୍ରୀ ପାଙ୍ଗୀ, ପର୍ଯ୍ୟବେକ୍ଷିକା ଅମୃତା ପରିଚ୍ଛା, ସର୍ଣ୍ଣ ମ୍ୟାଡମ, ଗାଯାତ୍ରୀ ମ୍ୟାଡମ ଏବଂ ବିଦ୍ୟାଳୟର ଅନ୍ୟ ଶିକ୍ଷକ ଓ ଶିକ୍ଷୟତ୍ରୀ ସୁଚରିତା ଦାସ, ସମୀର କୁମାର ପାଣିଗ୍ରାହୀ, ଦିଲ୍ଲୀପ ବେହେରା, ଅଶୋକ କୁମାର ମିଶ୍ର, କେଦାରନାଥ ମହାପାତ୍ର ଯୋଗଦାନ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।
ରିପୋର୍ଟ ; ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା

