

ଛତ୍ରପୁର (ସମୃଦ୍ଧ ଓଡିଶା) ଡାଏବେଟିସ ଏବଂ ଇଣ୍ଡେକେୟାର କ୍ଲିନିକ ଓ ପଣ୍ଡିତ ନୀଳକଣ୍ଠ ମହାବିଦ୍ୟାଳୟର ମିଳିତ ଅନୁକୁଲ୍ୟରେ ଏକ ମଧୁମେହ ଓ ଥାଇରଏଡ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମଧୁମେହ ଓ ଥାଇରଏଡ ବିଶେଷଜ୍ଞ ଡା. ସୁନୀଲ କୁମାର କୋଟାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ସମ୍ମାନିତ ଅତିଥି ଭାବେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରୟ ଭାଉସାହେବ, ମହାବିଦ୍ୟାଳୟ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ଦାସ, ସୟଦ ମୁକ୍ତାର, ଆଇନଜୀବୀ ବି. ଶ୍ରୀନିବାସ, ଆୟୁବ ଖାନ ପ୍ରମୁଖ ଯୋଗ ଦେଇ ସୁସ୍ଥ ଜୀବନଯାପନ, ଖାଦ୍ୟପେୟ ନିୟନ୍ତ୍ରଣ ଓ ବ୍ୟାୟାମ ଉପରେ ଗୁରୁତ୍ୱାରୋପ କରିଥିଲେ । ଏହାପରେ ପତାକା ଉତ୍ତୋଳନ କରାଯାଇ ଏକ ସଚେତନତା ପଦଯାତ୍ରା ମହାବିଦ୍ୟାଳୟ ପ୍ରଙ୍ଗଣରୁ ବାହାରକରାଯାଇ ଛତ୍ରପୁରର ବିଭିନ୍ନ ସ୍ଥାନ ଦେଇ ସ୍ଥାନୀୟ ଜଗନ୍ନାଥ ମନ୍ଦିର ନିକଟସ୍ଥ ଏକ୍ସଲେଂଟ କ୍ଲିନିକ ନିକଟରେ ସମାପ୍ତ କରାଯାଇଥିଲା । ଏହି ପଦଯାତ୍ରାରେ ପ୍ରାୟ ୧୫୦ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀଙ୍କ ସମେତ ଓଡିଶା ସରକାର ଅବସରପ୍ରାପ୍ତ କର୍ମଚାରୀ ସଂଘର ୪୦ ଜଣ ସଦସ୍ୟ ଯୋଗ ଦେଇଥିଲେ । ପଦଯାତ୍ରା ସମୟରେ ପ୍ରାୟ ଦୁଇ ହଜାରରୁ ଉର୍ଦ୍ଧ୍ଵ ମଧୁମେହ ଓ ଥାଇରଏଡ ଉପରେ ଶିକ୍ଷଣୀୟ ପୁସ୍ତିକା ଯାତାୟାତକାରୀଙ୍କୁ ବଣ୍ଟନ କରାଯାଇଥିଲା । ଏହାପରେ ଏକ୍ସଲେଣ୍ଟ କ୍ଲିନିକ ପ୍ରାଙ୍ଗଣରେ ପ୍ରାୟ ୧୫୦ ଲୋକଙ୍କୁ ମଧୁମେହ, ଥାଇରଏଡ, କଲେକଷ୍ଟ୍ରୋଲର, ଜୀବନଶୈଳୀ ଉପରେ ଏକ ଆଲୋଚନା ଚକ୍ର ସହ ସମସ୍ତଙ୍କ ରକ୍ତ ସର୍କରା, ରକ୍ତଚାପ ପରୀକ୍ଷଣ ମାଗଣାରେ କରାଯାଇଥିଲା । ଶେଷରେ ଜିଲ୍ଲାପାଳ ବିଜୟା ଅମୃତା କୁଲାଙ୍ଗେ ଡା. ସୁନୀଲ କୋଟାଙ୍କର ଗଞ୍ଜାମ ଜିଲ୍ଲା ସାରା ଅନୁଷ୍ଠିତ ହେଉଥିବା ଏହି ସଚେତନତା କାର୍ଯ୍ୟକ୍ରମ ପାଇଁ ଆନ୍ତରିକ ଅଭିନନ୍ଦନ ଜ୍ଞାପନ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା





