ଡାକ୍ତର ଅଭାବ ଯୋଗୁଁ ଗଲାଣି ବହୁ ଜୀବନ:ଡାକ୍ତର ନିଯୁକ୍ତି ନିମନ୍ତେ ଦାବୀ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ଜିଲ୍ଲା ଗଦିଆଁ ବ୍ଲକ ଅନ୍ତର୍ଗତ ରତନପୁର ଗ୍ରାମପଞ୍ଚାୟତରେ ଥିବା ପଶୁ ଡ଼ାକ୍ତରଖାନାରେ ଦୀର୍ଘ ୫ ମାସ ଧରୀ ଡାକ୍ତରଙ୍କ ଅଭାବ ଯୋଗୁଁ ଡାକ୍ତରଖାନା ଉପରେ ନିର୍ଭର କରୁଥିବା ୩ଟି ପଞ୍ଚାୟତର ୧୩ଟି ରାଜସ୍ୱ ଗ୍ରାମ ଯଥା ରତନପୁର, ବେଳସ୍ୱରଲୁଣ୍ଡା, ଡିହସାଇ, ଏରପଡା, ମାଣୁଆ, କଣ୍ଟାପାଟଣା, ଇଚ୍ଛାପୁର, ସୋଲଗାଡ଼ିଆ, ଲେଥକା, ଓରନ୍ଦା, କୁସପଡା, ଟୋଲଙ୍କଲୁଣ୍ଡି, ବେଗା ଆଦି ଗ୍ରାମର ପଶୁସମ୍ପଦ ସମ୍ପୂର୍ଣ୍ଣ ବିପଦପୂର୍ଣ୍ଣ ଅବସ୍ଥାରେ ରହିଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ଗାଈ ଛେଳି ଓ ଅନ୍ୟାନ୍ୟ ଗୃହପାଳିତ ପଶୁଙ୍କୁ ଫାଟୁଆ ଓ ବସନ୍ତ ରୋଗ ଆକ୍ରାନ୍ତ କରି ଚାଲିଛି ଅନେକ ପଶୁଙ୍କର ମୃତ୍ୟୁ ମଧ୍ୟ ହୋଇ ସାରିଲାଣି ଅସହ୍ୟ ହେଲାଣି ପଶୁମଡକ କିନ୍ତୁ ଏପର୍ଯ୍ୟନ୍ତ ସରକାରଙ୍କ ଦ୍ୱାରା କୌଣସି ପଦକ୍ଷପ ଗ୍ରହଣ କରାଯାଇନାହିଁ । ସ୍ଥାନୀୟ ବେସରକାରୀ ପଶୁ ଡାକ୍ତର ମାନେ ଚଢାଦରରେ ଚିକିତ୍ସା କରୁଛନ୍ତି । ଏ ବିଷୟରେ tweeter ମାଧ୍ୟମରେ ଯୁବ ସମାଜସେବୀ ରତନପୁର, (ଜି:ପି)ର ବିଶ୍ୱଜିତ ସାମଲ @CMO Odisha @ Districtadmndkl କୁ ଜଣେଇବା ସତ୍ୱେ କୌଣସି ପଦକ୍ଷପ ଗ୍ରହଣ କରାଯାଇନାହିଁ ବୋଲି ଅଭିଯୋଗ ହୋଇଛି । ଏହାସହ ରତନପୁର ପଂଚାୟତରେ ପଶୁସମ୍ପଦ ଲୋପ ପାଇବାକୁ ବସିଲାଣି । ତେଣୁ ଏଥିପ୍ରତି ଜିଲ୍ଲା ପ୍ରଶାସନ ଓ ସରକାରଙ୍କ ପଶୁ ବିଭାଗ ଦୃଷ୍ଟି ଆକର୍ଷଣ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଜଣେ ଡାକ୍ତରଙ୍କୁ ରତନପୁର ପଶୁ ଚିକିତ୍ସାଳୟରେ ନିଯୁକ୍ତି କରାଯାଉ ବୋଲି ଦାବୀ ହୋଇଛି ।

ରିପୋର୍ଟ : ଶୁଭମ କୁମାର ପାଣି