

ପାରଳଖେମୁଣ୍ଡି (ସମୃଦ୍ଧ ଓଡିଶା) ଗଜପତି ଜିଲ୍ଲା ମୋହନା ବ୍ଲକର ସଦର ମହକୁମା ମୋହନା ଠାରେ ଥିବା ସି.ଏଚ୍.ସିରେ କାର୍ଯ୍ୟରତ ଯୁବ ଡାକ୍ତର ଏମ୍. ଶିବରାମ କାଳିଆପଟା ଠାରେ ଥିବା କୋଭିଡ କେର ସେଣ୍ଟରର ଦାଇତ୍ୱରେ କୋଭିଡ୍ ସମ୍ବନ୍ଧୀୟ କାର୍ଯ୍ୟ ସୂଚାରୁ ରୂପେ ତୁଲାଇ ଆସୁଥିଲେ l କିନ୍ତୁ ଭାଗ୍ୟର ବିଡମ୍ବନା ଡାକ୍ତର ଏମ୍ ଶିବରାମ ମଧ୍ୟ କରୋନlରେ ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିଲେ l କରୋନlରୁ ସୁସ୍ଥ ହୋଇ ଫେରିଲା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ଲାଜମା ଦାନ କରିବା ପାଇଁ କରୋନl ଯୋଦ୍ଧାମାନଙ୍କୁ ଯେଉଁ ଆହ୍ବାନ ଦେଇଥିଲେ ତାକୁ ଆଧାର କରି ଗଜପତି ଜିଲ୍ଲାର ପ୍ରଥମ କରୋନl ଯୋଦ୍ଧା ଭାବେ ବ୍ରହ୍ମପୁର ସ୍ଥିତ ଏମକେସିଜି ବ୍ଲଡବେଙ୍କରେ ପ୍ଲାଜମା ଦାନ କରିଥିଲେ l ଯେଉଁମାନେ କରୋନାରୁ ସୁସ୍ଥ ହୋଇ ଫେରିଛନ୍ତି ସେମାନେ ମଧ୍ୟ ପ୍ଲାଜମl ଦାନ କରିବା ପାଇଁ ଡ: ଶିବରାମ ଅନୁରୋଧ କରିଛନ୍ତି l
ରିପୋର୍ଟ : କୃଷ୍ଣ କୁମାର ବେହେରା