ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ତାଙ୍କ ପଦବୀରୁ ସ୍ଵେଚ୍ଛାକୃତ ଅବସର ନେଇଛନ୍ତି ବ୍ରହ୍ମପୁର ବଡ ମେଡିକାଲର ଅଧିକ୍ଷକ ଡାକ୍ତର ଚରଣ ପଣ୍ଡା । ଏନେଇ ମେଡିକାଲ ଡାକ୍ତର ଓ କର୍ମଚାରୀଙ୍କ ସମେତ ସହରରେ ବେଶ ଏକ ବଡ଼ ଧରଣର ହଇଚଇ ସୃଷ୍ଟି କରିଛି । ଆଇଏଏସ ଅଧିକାରୀ ପ୍ରଦୀପ୍ତ ମହାପାତ୍ରଙ୍କୁ ମେଡିକାଲର ପ୍ରଶାସନିକ ଅଧିକାରୀ ଦାଇତ୍ୱ ମିଳିବାର ଗୋଟିଏ ଦିନ ପରେ ଅଧିକ୍ଷକଙ୍କ ଏହି ନିଷ୍ପତ୍ତିକୁ ନେଇ ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି । ୫T ସଚିବଙ୍କ ରାଜ୍ୟର ପ୍ରତ୍ୟେକ ମେଡିକାଲକୁ କିଛି ଦିନ ହେଲା ଘନ ଘନ ଗସ୍ତ ଡାକ୍ତର ମହଲରେ ଭାଳେଣି ପକାଇ ଦେଇଛି । ଏହା ମଧ୍ୟ ଏକ କାରଣ ହୋଇ ଥାଇପାରେ ବୋଲି ଆଲୋଚନା ହେଉଛି । ସୂଚନା ଅନୁଯାୟୀ ୮ ମାସ ପୂର୍ବେ ଡାକ୍ତର ଚରଣ ପଣ୍ଡା ସ୍ୱାସ୍ଥ୍ୟ ଗତ କାରଣରୁ ସ୍ବେଚ୍ଛାକୃତ ଅବସର ନିମନ୍ତେ ରାଜ୍ୟ ସରକାରଙ୍କୁ ଆବେଦନ କରିଥିଲେ । କୌଣସି ଉତର ନ ମିଳିବା ପରେ ଆଜି ସେ ସେଲ୍ଫ ରିଲିଭ ଅଡ଼ର ତାଙ୍କ ଷ୍ଟେନୋଙ୍କୁ ଦେଇ କାର୍ଯ୍ୟାଳୟରୁ ଚାଲି ଯାଇଥିଲେ । ଦୁଇ ମାସ ପୂର୍ବେ ସ୍ଥାନୀୟ ସିଟି ହସ୍ପିଟାଲର ମେଡ଼ିସିନ ସ୍ପେସାଲିଟି ଡାକ୍ତର ପ୍ରମୋଦ ପଟ୍ଟନାୟକ ମଧ୍ୟ ସ୍ୱେଚ୍ଛାକୃତ ଅବସର ନେଇ ସାରିଛନ୍ତି । ଦୁଇ ଦୁଇ ଜଣ ପ୍ରତିଷ୍ଠିତ ଡାକ୍ତର ହଟାତ ଚାକିରୀ ଛାଡିବା ସହରବାସୀ ସହଜରେ ହଜମ କରିପାରୁନାହାନ୍ତି । ଏହା ବର୍ତ୍ତମାନ ଏକ ଆଲୋଚନାର ବିଷୟ ପଲିଟିଛି ।
ରିପୋର୍ଟ : ଦକ୍ଷିଣାଞ୍ଚଳ ବ୍ୟୁରୋ ଚିଫ ନିମାଇଁ ଚରଣ ପଣ୍ଡା